କଳାହାଣ୍ଡିର ଭାଲୁବୁଡ୍ରା ଗାଁରେ ଡାଇରିଆ ଆତଙ୍କ, ୧୧ ଜଣ ମେଡ଼ିକାଲରେ ଭର୍ତ୍ତି

author img

By

Published : Sep 22, 2022, 12:15 PM IST

ଭାଲୁବୁଡ୍ରା ଗାଁରେ ଡାଇରିଆ ଆତଙ୍କ, ୧୧ ଜଣ ମେଡ଼ିକାଲରେ ଭର୍ତ୍ତି

କଲମପୁର ବ୍ଲକ ଭାଲୁବୁଡ୍ରା ଗାଁରେ ଗତ ୩ ଦିନ ହେଲା ଡାଇରିଆ ଆତଙ୍କ ଦେଖାଦେଇଛି । ଜିଲ୍ଲାର ୧୧ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି l ଅଧିକ ପଢନ୍ତୁ

ଭବାନୀପାଟଣା: ପୁଣି ବ୍ୟାପିଲା ଡାଇରିଆ । କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ ( Kalahandi Diarrhea panic )। ପଞ୍ଚାୟତରୁ ପଞ୍ଚାୟତ ଗାଁକୁ ଗାଁ ଡାଇରିଆ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଜିଲ୍ଲାରେ ଗତ କିଛି ଦିନ ହେବ ଡାଇରିଆ ଆତଙ୍କ ଦେଖା ଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ରୋଗୀ ( Diarrhea patient) ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ଏବେ ପୁଣି ନୂଆ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାହା ଗାଁକୁ ଗାଁ ବ୍ୟାପିବାରେ ଲାଗିଛି ।

ଭାଲୁବୁଡ୍ରା ଗାଁରେ ଡାଇରିଆ ଆତଙ୍କ, ୧୧ ଜଣ ମେଡ଼ିକାଲରେ ଭର୍ତ୍ତି

ଜିଲ୍ଲାରେ ଗତ ପ୍ରାୟ ମାସେ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜିଲ୍ଲାର କଳମପୁର ବ୍ଲକ ଭାଲୁବୁଡ୍ରା ଗାଁରେ ଗତ ୩ ଦିନ ହେଲା ଡାଇରିଆ ଆତଙ୍କ ଦେଖାଦେଇଛି । ଜିଲ୍ଲାର ୧୧ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି l ସମସ୍ତ ଡାଇରିଆ ରୋଗୀଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ସଚେତନ କରୁଥିବା ଜଣାପଡିଛି । ସେପଟେ ଗାଁରେ ଥିବା ନଳକୂପ ଗୁଡିକରୁ ନମୁନା ସଂଗ୍ରହ କରାଯାଇଛି । ଡାଇରିଆ ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା କଲମପୁର ମେଡ଼ିକାଲ ଅଫିସର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...Sand art Tribute To Raju Srivastav: ବାଲୁକାକଳାରେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ଏବାବଦରେ କଲମପୁର ମେଡ଼ିକାଲ ଅଫିସର କହିଛନ୍ତି "ଆମେ ସକାଳୁ ଏହି ଗାଁରେ ଡାଇରିଆ ବାବଦରେ ସୂଚନା ପାଇଲୁ । ଡାକ୍ତରଖାନାରେ ଏହି ଗାଁରୁ ୧୧ ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇଛନ୍ତି । ତେଣୁ ଆମେ ଗାଁକୁ ଆସି ସମସ୍ତଙ୍କୁ ସଚେତନ କରାଇବା ସହିତ ଗାଁରେ ବିଭିନ୍ନ ଜାଗାରେ ବ୍ଲିଚିଂ ପାଉଡର ପକାଯାଇଛି । କୂଅ, ନଳକୂପ ଆଦି ବ୍ୟବହୃତ ହେଉଥିବା ଜାଗାରେ ଆମେ ବ୍ଲିଚିଂ ପକାଇଛୁ । ଏହା ସହିତ ସମସ୍ତଙ୍କୁ ସଚେତନା ପାଇଁ ମେଡିସିନ ଦିଆଯାଇଛି । ORS, ଆଣ୍ଟିବାୟୋଟିକ ଆଦି ଔଷଧ ଦିଆଯାଇଛି । ସମସ୍ତଙ୍କ ଉପରେ ନଜର ରଖିବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.