କଳାହାଣ୍ଡିରେ ଥମୁନି ଡାଇରିଆ, ଶିରୋଲରେ ୩୬ ଆକ୍ରାନ୍ତ

author img

By

Published : Sep 27, 2022, 7:24 AM IST

Updated : Sep 27, 2022, 8:39 AM IST

diarrhea outbreak in sirul kalahandi

କଳାହାଣ୍ଡି ଜିଲ୍ଲାରେ ଅଣାୟତ୍ତ ହେଉଛି ଡାଇରିଆ । ଜିଲ୍ଲାର ଶିରୋଲ ଗ୍ରାମରେ ୩୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କମିବାରେ ଲାଗୁନି ଡାଇରିଆ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ବ୍ୟାପିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଗାଁକୁ ଡେଇଁ ଲାଗିଛି । ଜିଲ୍ଲାର ଶିରୋଲ ଗ୍ରାମରେ ୩୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ଗୋଟିଏ ମାସ ହେବ ଗ୍ରାମରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି ।

କଳାହାଣ୍ଡିରେ ଥମୁନି ଡାଇରିଆ

ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମରେ ଗତ ୩ ଦିନ ମଧ୍ୟରେ ୩ରୁ ଉର୍ଦ୍ଧ୍ବ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରଥମେ ଗ୍ରାମର କ୍ଷୀର ଗୌଡ଼ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଏହାପରେ ଗ୍ରାମରେ ବ୍ୟାପିବାରେ ଲାଗିଛି ଡାଇରିଆ । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ପାଇ ଗ୍ରାମରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିବାବେଳେ, ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ନଳକୂପରୁ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ନିଆଯାଇଛି । ଏଥିସହ ଲୋକଙ୍କୁ ସଚେତନ କରୁଛି ସ୍ୱାସ୍ଥ୍ୟ ଟିମ । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏକ ଚିନ୍ତାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡିରେ ଥମୁନି ଡାଇରିଆ, ଥୁଆମୂଳ ରାମପୁରରେ ୨ଜଣଙ୍କ ମୃତ୍ୟୁ

ସେହିଭଳି ଥୁଆମୂଳ ରାମପୁରରେ ଏବେ ପୁଣି ଡ଼ାଇରିଆ ବ୍ୟାପିବାରେ ଲାଗିଛି । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଅନେକ ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ଏବେ ବ୍ଲକରେ ଡାଇରିଆ ମୁଣ୍ଡ ନେଉଥିବା ଜଣାପଡିଛି । ବ୍ଳକର ନାକରୁଣ୍ଡି ପଞ୍ଚାୟତର କେଳୁଆ, ଖଜୁରଗୁଡା, ଆମଝୋଲା ଗ୍ରାମରେ ଗତ ୪ ଦିନ ହେବ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ କେଳୁଆରେ ୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି । ସେପଟେ ଗ୍ରାମରେ ୧୦ରୁ ଊର୍ଦ୍ଧ୍ବ ଡାଇରିଆରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ରାସ୍ତା ନଥିବା କାରଣରୁ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ସେପଟେ ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ଭାଲୁବୁଡ୍ରା ଗ୍ରାମରେ ଗତ ସପ୍ତାହ ମଧ୍ୟରେ ୩୦ ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ସଚେତନତା ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବାବେଳେ ଗ୍ରାମାଞ୍ଚଳ ମାନଙ୍କରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ଭବାନୀପାଟଣା

Last Updated :Sep 27, 2022, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.