କଳାହାଣ୍ଡିରେ ଜନ୍ମିତ ଅଦ୍ଭୁତ ଶିଶୁର ମୃତ୍ୟୁ

author img

By

Published : Nov 29, 2022, 11:12 AM IST

death of new born different child in kalahandi

କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଥିବା ଅସ୍ବାଭାବିକ ଶିଶୁର ମୃତ୍ୟୁ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: କଳାହାଣ୍ଡିରେ ଜନ୍ମିତ ଅଦ୍ଭୁତ ଶିଶୁପୁତ୍ରର ମୃତ୍ୟୁ । ଜିଲ୍ଲାର ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଗତ ୨୬ ତାରିଖ ଦିନ ବିଳମ୍ବିତ ରାତିରେ ଅଦ୍ଭୁତ ଶିଶୁ ପୁତ୍ରର ଜନ୍ମ ହୋଇଥିଲା । ସାଧାରଣ ଭାବରେ ଶିଶୁଟିର ଜନ୍ମ ହୋଇଥିଲେ ହେଁ ଶିଶୁ ପୁତ୍ର ଶାରୀରିକ ଗଠନ ଅସାଧାରଣ ରହିଥିଲା । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶିଶୁ ପୁତ୍ରଟି ଘରେ ଜନ୍ମ ହୋଇଥିବାବେଳେ, ଗୁରୁତର ଅବସ୍ଥାରେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ତାସୀଗୁଡା ଗ୍ରାମର ଗୋପ ମାଝୀଙ୍କ ସ୍ତ୍ରୀ ଗୁରବାରି ମାଝୀ ଗତ ୨୬ ତାରିଖ ଦିନ ବିଳମ୍ବିତ ରାତିରେ ନିଜ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଘରେ ପ୍ରସବ ହୋଇଥିବାରୁ ଶିଶୁଟିର ଅବସ୍ଥା ଗୁରୁତର ହୋଇଥିଲା । ପରେ ପରିବାର ଲୋକେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁଟିର ଶରୀର ଓ ମୁଣ୍ଡ ସାଧାରଣ ଶିଶୁଙ୍କ ଠାରୁ ଅଧିକ ବଡ଼ ଥିବାବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା ।

ଅବସ୍ଥା ଗୁରୁତର ହେତୁ ଜନ୍ମିତ ଶିଶୁକୁ ଏସଏନସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା । ହେଲେ ସୋମବାର ସନ୍ଧ୍ୟାରେ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଏନେଇ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.