ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Sep 18, 2021, 1:03 PM IST

ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ  ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭଇଁରି ଗାଁରେ ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଭଇଁରି ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗାଁର ଗଜରାଜ ନାଏକ ।

ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ମିଳିଥିବା ସୂଚନା ଅନୁଯାୟୀ ଭଇଁରି ଗାଁର ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ମୃତଦେହ ଝୁଲୁଥିବା ଦେଖି ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ କେଉଁ କାରଣକୁ କେନ୍ଦ୍ର କରି ଏପରି ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.