Kalahandi News: ମାତୃହନ୍ତାକୁ ଆଜୀବନ କାରାଦଣ୍ଡାଦେଶ
Published: Mar 16, 2023, 10:37 PM

Kalahandi News: ମାତୃହନ୍ତାକୁ ଆଜୀବନ କାରାଦଣ୍ଡାଦେଶ
Published: Mar 16, 2023, 10:37 PM
ଘଟଣା ଅନୁସାରେ ଜନ୍ମକଲା ମାକୁ ହତ୍ୟା କରିଥିବା ଅଭିଯୋଗରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ଗୋଟିଏ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ
ଭବାନୀପାଟଣା: ମାତୃହନ୍ତାକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ । ରକ୍ତ ସମ୍ପର୍କକୁ ଭୁଲି ଯାଇ ନିଜ ଜନ୍ମ କଲା ମାଁକୁ ହତ୍ୟାକଲା ପୁଅ । ଆଉ ଯାହାର ଦଣ୍ଡ ଏବେ ସେ ଭୋଗିବ । ନିଜ ମାକୁ ହତ୍ୟା କରି ଏବେ ଜେଲ ଦଣ୍ଡ ଭୋଗିବ ଜହ୍ଲାଦ ପୁଅ । ଘଟଣା ଅନୁସାରେ ଜନ୍ମକଲା ମାଁ କୁ ହତ୍ୟା କରିଥିବା ଅଭିଯୋଗରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ଗୋଟିଏ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ ଗତ ୧୧ ନଭେମ୍ବର ୨୦୧୮ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତାଲପଦର ଗାଁର ମାଁ ସୁମନି ଶବରଙ୍କ ଭରଣ ପୋଷଣ ନେଇ ବଡ଼ପୁଅ ବିଶ୍ଵନାଥ ଶବର ଓ ସାନପୁଅ ଅର୍ଜୁନ ଶବରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଅର୍ଜୁନ ଉତ୍ତ୍ୟକ୍ତ ହୋଇ ମାଁ ସୁମନିକୁ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲା । ଏନେଇ ବିଶ୍ଵନାଥ ଜୟପାଟଣା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା।
ପରେ ହତ୍ୟାକାରୀ ପୁଅ ଅର୍ଜୁନ ଶବରକୁ ଗିରଫ କରି ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିଲା ଜୟପାଟଣା ପୋଲିସ। ଘଟଣାର ୫ ବର୍ଷ ପରେ ଏହାର ଶୁଣାଣି ହୋଇଛି। ଧର୍ଗମଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅର୍ଜୁନ ଶବରକୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ଅତିରିକ୍ତ ଗୋଟିଏ ବର୍ଷ କାରାଦଣ୍ଡରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ମମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣଚନ୍ଦ୍ର ନାଗ ପରିଚାଳନା କରିଥିବାବେଳେ ଅଭିଯୁକ୍ତଙ୍କ ପକ୍ଷରୁ ସମୀର କୁମାର ମୁଣ୍ଡ ମାମଲା ପରିଚାଳନା କରିଥିଲେ।
ମାକୁ ଗୋଟିଏ ପଟେ ସୃଷ୍ଟିର ପ୍ରଥମ ଦେବୀ ଭାବରେ ବର୍ଣ୍ଣନା କରାଯାଏ । ହେଲେ ଅନ୍ୟପଟେ ନିଜ ଜନ୍ମ କାଲା ମାଁ କୁ ଜୀବନରୁ ମାରିଦେଉଛି ଜଣେ ପୁଅ। ମାଁ କୋଟି ଦିଅଁ ପୁଜି ଦଶ ମାସ ଗର୍ଭ ଯନ୍ତ୍ରଣା ସହି ପୁଅଟିଏ ପାଇ ଥାଏ। ଆଶା କେବଳ ଏତିକି ଥାଏ ଯେ ବୃଦ୍ଧ ବୟସରେ ସେହି ପୁଅ ତା ତୁଣ୍ଡରେ ପାଣିଟିକେ ଦେବ ତାର ସେବା କରିବ। ହେଲେ ପୁଅ ଏଠି ମାଁ ରକ୍ତରେ ହୋଲି ଖେଳିଛି। ଭୁଲି ଯାଇଛି ମାଁ ପୁଅର ଅମୂଲ୍ୟ ସମ୍ପର୍କକୁ । ଯାହା ସମାଜ ପାଇଁ ଏବେ ଚିନ୍ତା ଜନକ ସ୍ଥିତି ।
ଇଟିଭି ଭାରତ, କଳାହାଣ୍ଡି
