କଟକଣାରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ‘ଛତର ଯାତ୍ରା’

author img

By

Published : Oct 14, 2021, 1:08 PM IST

କଟକଣାରେ ସମ୍ପନ୍ନ ହେଲା କଳାହାଣ୍ଡିର ପାରମ୍ପରିକ ପର୍ବ ‘ଛତର ଯାତ୍ରା’

କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ଭବାନୀପାଟଣାଠାରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ଅନୁଷ୍ଠିତ ହୋଇଯାଇଛି ଛତର ଯାତ୍ରା । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ଭବାନୀପାଟଣାଠାରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମା’ଙ୍କୁ ସ୍ବତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ ।

କଟକଣାରେ ସମ୍ପନ୍ନ ହେଲା କଳାହାଣ୍ଡିର ପାରମ୍ପରିକ ପର୍ବ ‘ଛତର ଯାତ୍ରା’

ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ‘ଛତର’ ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୂଖେ ଆସିଥାନ୍ତି । ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମା’ ଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ‘ଛତର’ ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି । ତେଣୁ ମା’ ମାଣିକେଶ୍ବରୀଙ୍କ ଏହି ଯାତ୍ରାକୁ ହିଁ ‘ଛତର’ ଯାତ୍ରା କୁହାଯାଏ ।

ଏହି ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ଓ ଜିଲ୍ଲାରୁ ବିଗତ ବର୍ଷମାନଙ୍କରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଏହି ଛତର ଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା ‘ଛତର’ର ଦର୍ଶନ ମିଳିଥାଏ । ଯାହା ବର୍ଷରେ କେବଳ ଥରେ ଅନୁଷ୍ଠିତ ହୋଇଥାଏ । ଏଥର ବି ମାନସିକଧାରୀ ମା’ଙ୍କ ନିକଟରେ ବଳି ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.