ଜମିବାଡି ବିବାଦକୁ କେନ୍ଦ୍ର କରି ଭାଇକୁ ମାରିଲା ଭାଇ

author img

By

Published : Nov 29, 2022, 2:21 PM IST

brother killed brother over land dispute in kalahandi

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଜମି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ପଥରରେ ଛେଚି ହତ୍ୟା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଲି ଜଣାପଡ଼ିଛି ।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେଲା ଦୟାନିଧି ଦୁଣ୍ଡକିଆ ଓ ତାଙ୍କ ସମ୍ପର୍କୀୟ ଦୁଇ ଭାଇଙ୍କ ସହ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଯାହା ଫଳରେ ଦୟାନିଧି ନିଜ ପରିବାରକୁ ନେଇ ଚିଲିଗୁଡାରେ ରହୁଥିଲେ । ହେଲେ ଚାଷ ଜମି ଗାଁରେ ଥିବା କାରଣରୁ ଚାଷ କାମ ସମୟରେ ସେ ଗାଁକୁ ଯାଉଥିଲେ । ନିଜ ଜମିରେ ଫଳିଥିବା ଧାନ କଟା କାମ ଚାଲିଥିବାରୁ ସେ ସୋମବାର ସନ୍ଧ୍ୟାରେ ଜମିକୁ ଯାଇ ଆଉ ଫେରି ନଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାକୋଜି ଆରମ୍ଭ କରିଥିଲେ । ଶେଷରେ ନିଜ ଚାଷ ଜମି ନିକଟରେ ଥିବା ଧାନ ଖଳାରେ ଦୟାନିଧିଙ୍କ ରକ୍ତଜୁଡୁବୁ ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ହାଇଦ୍ରାବାଦକୁ ଚାଲାଣ ହୋଇଥାନ୍ତେ ୪୦ରୁ ଊର୍ଦ୍ଧ୍ବ ଦାଦନ, ଦେବଦୂତ ସାଜିଲେ ବ୍ଲକ ଅଧ୍ୟକ୍ଷ

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୟାନିଧିଙ୍କ ଦୁଇ ମ୍ପର୍କୀୟ ଭାଇ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.