ଗଞ୍ଜେଇ ମାଫିଆ ସାବଧାନ, ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

author img

By

Published : Sep 20, 2021, 7:31 AM IST

ଗଞ୍ଜେଇ ମାଫିଆ ସାବଧାନ, ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଉଭୟ ଛତିଶଗଡ଼ ଓ କଳାହାଣ୍ଡି ପୋଲିସ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଆଉ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଏହାର ଚେର ପଡୋଶୀ ରାଜ୍ୟ ଛତିଶଗଡ଼, ବିହାର, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି। ଗତ ଦୁଇ ମାସ ମଧ୍ୟରେ କଳାହାଣ୍ଡି ପୋଲିସ ଦ୍ୱାରା ପ୍ରାୟ ୨୦୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ସଂମ୍ପୃକ୍ତ ୩୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ ।

ଗଞ୍ଜେଇ ମାଫିଆ ସାବଧାନ, ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ
ସେହିପରି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପୋଲିସ ମଧ୍ୟ କଳାହାଣ୍ଡିରୁ ଛତିଶଗଡ଼ ଦେଇ ଚାଲାଣ ହେଉଥିବା ଗଞ୍ଜେଇ ମାମଲାରେ ଗତ କିଛି ମାସ ମଧ୍ୟରେ ୧୩ ଗୋଟି ମାମଲାକୁ ନେଇ ୨୪ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୭ ଜଣ କଳାହାଣ୍ଡି ଜିଲ୍ଲାର ବୋଲି ସୂଚନା ଦେଇଛି ଛତିଶଗଡ଼ ପୋଲିସ ।

ତେବେ ଅନୁଷ୍ଠିତ ବୈଠକରେ ଛତିଶଗଡ଼ ଗରିଆବନ୍ଧ ଅତିରିକ୍ତ ଏସପି ସୁଖ୍ ନନ୍ଦନ ରାଠୋର, ଦେଭୋଗ ଥାନାଧିକାରୀ ବିକାଶ ବଗେଲ ଓ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏସଡିପିଓ ଧିରଜ ଚୋପଦାର ପ୍ରମୁଖ ସାମିଲ ହୋଇଥିଲେ। କଳାହାଣ୍ଡି ଓ ଛତିଶଗଡ଼ ସୀମାରେ ସିସିଟିଭି କ୍ୟାମେରା ଲଗାଇବା ସହ ଉଭୟ ପୋଲିସ ପକ୍ଷରୁ ବୋର୍ଡର ଚେକପୋଷ୍ଟରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ ବୋଲି ସୂଚନା ଦେଇଛି ପୋଲିସ। ତେବେ ଏସବୁ ଭିତରେ ଗଞ୍ଜେଇ ଚାଲାଣର କିଙ୍ଗପିନ ଅନେକ ସମୟରେ ପୋଲିସ ପଞ୍ଜାରୁ ଖସିଯାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନାର ପ୍ରସଙ୍ଗ ସାଜିଥିବା ବେଳେ ଏଭଳି ଅପରାଧର କାରଣ ଓ ନିରାକରଣ ସମ୍ପର୍କିତ ଏକ ବିତର୍କ ଜରୁରୀ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.