ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ

author img

By

Published : Oct 20, 2021, 7:54 AM IST

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବନ୍ଦ ଡାକରା ଦେଇଛି ବିଜେପି । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ନେଇ ଅଶାନ୍ତ ରାଜ୍ୟ । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ତାଙ୍କ ଇସ୍ତଫା ଦାବିରେ ହୋହଲ୍ଲା କରୁଛନ୍ତି ବିରୋଧି । ଉଭୟ କଂଗ୍ରେସ ଓ ବିଜେପିର ଆନ୍ଦୋଳନ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ।

ମନ୍ତ୍ରୀ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧି । ସିବିଆଇ ତଦନ୍ତ ସହ ଇସ୍ତଫା ଦାବିରେ କଳାହାଣ୍ଡି ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତରେ ବାଧା ଉପୁଜିପାରେ ବୋଲି କହି ବିଜେପି ତାଙ୍କ ଇସ୍ତଫା ଦାବି କରୁଛି । ଏନେଇ ଜିଲ୍ଲାର ପ୍ରମୁଖ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ସେପଟେ କଂଗ୍ରେସ ମଧ୍ୟ ମମିତାଙ୍କୁ ନ୍ୟାୟ ଦାବିରେ ଭବାନୀପାଟଣା ସହରସ୍ଥିତ ଗାନ୍ଧୀ ଛକ ଠାରେ ବିକ୍ଷୋଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.