ମମିତା ହତ୍ୟା ମାମଲାରେ ଅଯଥା ମନ୍ତ୍ରୀଙ୍କୁ ଟଣାଯାଉଛି: BJD

author img

By

Published : Oct 20, 2021, 12:58 PM IST

ମମିତା ମୃତ୍ୟୁ ମାମଲାରେ ଅଯଥା ମନ୍ତ୍ରୀଙ୍କୁ ଟଣାଯାଉଛି: ବିଜେଡି

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଯଥା ଟଣାଯାଉଛି ବୋଲି କହିଲା ବିଜେଡି । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ହତ୍ୟା ଘଟଣାକୁ ନେଇ ଆଜି(ବୁଧବାର) କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ମମିତାଙ୍କ ମର୍ଡରକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ପକ୍ଷ ରଖିଛି ବିଜେଡି ।

ମମିତା ମୃତ୍ୟୁ ମାମଲାରେ ଅଯଥା ମନ୍ତ୍ରୀଙ୍କୁ ଟଣାଯାଉଛି: ବିଜେଡି

ମାମଲାରେ ମନ୍ତ୍ରୀଙ୍କୁ ବିନା କାରଣରେ ଦୋଷ ଦିଆଯାଉଥିବା କହିଛନନ୍ତି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଦିତ୍ୟ ନନ୍ଦ । ତେବେ ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ମାମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗୋବିନ୍ଦ ସାହୁଙ୍କ ଗିରଫଦାରୀ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ ରହିଛି, ସେ ବାରମ୍ବାର ସ୍କୁଲ୍ ପରିଦର୍ଶନ ପାଇଁ ଯାଇଥିବାରୁ ସ୍କୁଲରେ ଚାଲିଥିବା ଯୌନଶୋଷଣ ମାମଲାରେ ତାଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଏଥିସହ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । କିନ୍ତୁ ବିଜେଡି ଏହାକୁ ଖଣ୍ଡନ କରିବା ସହ ବିନା କାରଣରେ ମନ୍ତ୍ରୀଙ୍କୁ ମାମଲାକୁ ଟଣାଯାଉଛି ବୋଲି କହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.