ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ତାତିଲା ବିଜେଡି, ଡାକିଲା ସାମ୍ବାଦିକ ସମ୍ମିଳନୀ

author img

By

Published : Oct 17, 2021, 10:51 PM IST

Updated : Oct 18, 2021, 7:18 AM IST

BJD Pressmeet on private school teacher missing case

ଭବାନୀପାଟଣାରେ ଘରୋଇ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ଭବାନୀପାଟଣା: ଶିକ୍ଷୟତ୍ରୀ ନିଖୋଜ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ଏହି ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଭିସନ୍ଧି ମୂଳକ ଭାବେ ଫସାଇବାକୁ ବିରୋଧୀ ଉଦ୍ୟମ କରୁଛନ୍ତି ବୋଲି ବିଜେଡି କହିଛି ।

କଳାହାଣ୍ଡି ବହୁଚର୍ଚ୍ଚିତ ଘରୋଇ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ମାମଲାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଭିସନ୍ଧି ମୂଳକ ଭାବେ ଯୋଡିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ହୀନ ଚକ୍ରାନ୍ତ ଚଳାଇଛନ୍ତି। ଏନେଇ ଆଜି ଭବାନୀପାଟଣାରେ ଜିଲ୍ଲା ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରତିବାଦ କରାଯାଇଛି । ମନ୍ତ୍ରୀଙ୍କ ଲୋକପ୍ରିୟତାକୁ ସହି ନ ପାରି ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ରାଜନୈତିକ ହଟଚମଟ ସୃଷ୍ଟି ଉଦ୍ୟମ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଶିକ୍ଷୟତ୍ରୀ ନିଖୋଜ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଜିଲ୍ଲା ବିଜେଡି ସାଧାରଣ ସମ୍ପଦକ ଭବାନୀ ମିଶ୍ର ପ୍ରକାଶ କରିଛନ୍ତି। ଯଦି କ୍ଷମା ନ ମାଗିଲେ ସେହି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ବିରୋଧ ଜିଲ୍ଲା ବିଜେଡି ତରଫରୁ ମାନହାନୀ ମୋକଦ୍ଦମା ଦିଆଯିବ ବୋଲି ଦଳ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Last Updated :Oct 18, 2021, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.