୧୬ ଦିନରେ ବିସ୍ଥାପିତ ବ୍ୟବସାୟୀଙ୍କ ଅନଶନ, କେବେ ଶୁଣିବେ ସରକାର

author img

By

Published : Dec 1, 2022, 8:40 AM IST

୧୬ ଦିନରେ ବିସ୍ଥାପିତ ବ୍ୟବସାୟୀଙ୍କ ଅନଶନ

ଦୀର୍ଘ ୧୬ ଦିନ ହେଲା ରାଜରାସ୍ତାରେ କଳାହାଣ୍ଡିର ବିସ୍ଥାପିତ ବ୍ୟବସାୟୀ । ନିଜର ହକ ପାଇଁ କରୁଛନ୍ତି ଲଢେଇ । ଅଧିକ ପଢନ୍ତୁ

ଭବାନୀପାଟଣା: ନିଜ ହକ ଓ ଅଧିକାର ପାଇଁ ଦୀର୍ଘ ୧୬ ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟବସାୟ କରି ପରିବାର ପତିପୋଷଣ କରୁଥିବା ବିସ୍ଥାପିତ ମାନଙ୍କୁ ଭୁଆଁ ବୁଲାଉଛି ପୌର ବିଭାଗ । ଏହି ଅଭିଯୋଗ ଆଧାର କରି ଆନ୍ଦୋଳନରେ ବସିଛନ୍ତି ବିସ୍ଥାପିତ ବ୍ୟବସାୟୀ ।

ବିସ୍ଥାପିତ ବ୍ୟବସାୟୀଙ୍କ ଅନଶନ

୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା କଡରେ ଥିବା ଅନେକ ଦୋକାନୀଙ୍କ ଦୋକାନ ଭାଙ୍ଗିବା ସହ ବିସ୍ଥାପିତ କରିଥିଲା ଜିଲ୍ଲାପାଳ ପ୍ରଶାସନ । ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ଯେଉଁଥି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନ ମାନଙ୍କରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ମଧ୍ୟ ହୋଇଛି । ହେଲେ ବିସ୍ଥାପିତ ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ପୌର ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତ ବ୍ୟବସାୟୀ । ଏହାକୁ ନେଇ ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀ ଏକ ତ୍ରିତ ହୋଇ ଦୀର୍ଘ ୧୬ ଧରି ଦିନ ଓ ରାତି ଧାରଣାରେ ବସିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ପୌର ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଆନ୍ଦୋଳନକାରୀମାନଙ୍କ ସହ ମଧ୍ୟ ଆଲୋଚନା କାରିନାହିଁ । ଫଳରେ ଆମରଣ ଅନଶନ ଜାରି ରଖିଛନ୍ତି ବିସ୍ଥାପିତ ବ୍ୟବସାୟୀ ।

ଏହା ମଧ୍ୟ ପଢନ୍ତୁ: World AIDS Day 2022: ଛୁଆଁ ରୋଗ ନୁହେଁ ଏଡସ୍, ରୋଗୀଙ୍କୁ କରନ୍ତୁନି ଅଣଦେଖା

ଦୋକାନ ହରାଇଥିବା ସମସ୍ତ ହିତାଧିକାରୀଙ୍କୁ ସାତ ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ସମସ୍ତ ହିତାଧିକାରରୀ ମାନଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ ସହ ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଦାବି ନେଇ ୧୬ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେପଟେ ଏନେଇ ପୌର ଅଧିକାରୀଙ୍କୁ ପଚାରିବାରୁ ସମସ୍ତ ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରି ଏକ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ଓ ସମସ୍ତ ବିସ୍ଥାପିତ ବ୍ୟବସାୟୀ ମାନଙ୍କୁ ଯଥାଶୀଘ୍ର ଦୋକାନ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.