ବର୍ଷା ବିତ୍ପାତ, ଗଛ ପଡି ଜାତୀୟ ରାଜପଥ ଅବରୋଧ

author img

By

Published : Sep 14, 2021, 12:50 PM IST

ବର୍ଷା ବିତ୍ପାତ, ଗଛ ପଡି ଜାତୀୟ ରାଜପଥ ଅବରୋଧ

ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଏପଟେ ଲଗାଣ ବର୍ଷା ଯୋଗୁଁ ବରଗଡ଼ ବରିଗୁମା ଜାତୀୟ ରାଜପଥ ୨୬ ଭବାନୀପାଟଣା ନିକଟସ୍ଥ ଇଞ୍ଜିନିୟରିଂ କଲେଜ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଗତ ମାସରେ ବର୍ଷାର କୌଣସି ଦେଖା ଦର୍ଶନ ନଥିବାବେଳେ ଚଳିତ ମାସର ବର୍ଷାରେ ବେହାଲ ହୋଇଛନ୍ତି ଲୋକେ । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏପଟେ କଳାହାଣ୍ଡି ଜିଲ୍ଲାରେ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ମଧ୍ୟ ହୋଇଛି ।

ବରଗଡ଼ ବରିଗୁମା ଜାତୀୟ ରାଜପଥ ୨୬ ଭବାନୀପାଟଣା ନିକଟସ୍ତ ଇଞ୍ଜିନିୟରିଂ କଲେଜ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଘଟଣା ସ୍ଥଳରେ ଓଡ୍ରାଫ ଓ ବନ ବିଭାଗ ପହଞ୍ଚି ଗଛ କଟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.