‘ପଞ୍ଚାୟତ ନିର୍ବାଚନ ପଦବୀ ସଂରକ୍ଷଣରେ ପଛୁଆବର୍ଗକୁ କରାଯାଇଛି ଅଣଦେଖା’

author img

By

Published : Oct 14, 2021, 8:39 PM IST

‘ପଞ୍ଚାୟତ ନିର୍ବାଚନ ପଦବୀ ସଂରକ୍ଷଣରେ ପଛୁଆବର୍ଗକୁ କରାଯାଇଛି ଅଣଦେଖା’

ଥମୁନି ପଞ୍ଚାୟତ ନିର୍ବାଚନ ପଦବୀ ଆସନ ସଂରକ୍ଷଣ ବିବାଦ । କଳାହାଣ୍ଡି ଜିଲ୍ଲାରେ ସଂରକ୍ଷଣରେ ପଛୁଆ ବର୍ଗକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଅଧିକ ପଢନ୍ତୁ...

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବାବେଳେ ଗତ ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇଛି ପଦବୀ ସଂରକ୍ଷଣ ଚିଠା ତାଲିକା । ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ଜାରି କରାଯାଇଛି । ତେବେ ତାଲିକା ପ୍ରକାଶ ପାଇବା ପର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଇଥିବା ସାମ୍ନାକୁ ଆସିଛି ।

‘ପଞ୍ଚାୟତ ନିର୍ବାଚନ ପଦବୀ ସଂରକ୍ଷଣରେ ପଛୁଆ ବର୍ଗକୁ କରାଯାଇଛି ଅଣଦେଖା ’

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଜିଲ୍ଲାବ୍ୟାପୀ ଅନୁସୂଚୀତ ଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଏହି ସଂରକ୍ଷଣ ତାଲିକାରେ ଓବିସି ଓ ଅନ୍ୟାନ୍ୟ ପଛୁଆ ବର୍ଗକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ୨୦୧୧ ଜନଗଣନା ତଥ୍ଯ ଆଧାରରେ ଏହି ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଛି । କିନ୍ତୁ ବିଗତ ୧୦ ବର୍ଷ ମଧ୍ୟରେ ଜନସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ବର୍ଦ୍ଧିତ ଜନସଂଖ୍ୟାର ତଥ୍ୟକୁ ବିଚାରକୁ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ଅନୁସୂଚୀତ ଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ।

କଳାହାଣ୍ଡି ଜିଲ୍ଲାର ୩୬ ଜିଲ୍ଲା ପରିଷଦ ସଦସ୍ୟ ଆସନ ଓ ୧୩ ବ୍ଲକ ଅଧ୍ୟକ୍ଷ ପଦବୀରେ ଜଣେ ବି OBC ବର୍ଗଙ୍କୁ ସ୍ଥାନ ଦିଆଯାଇନାହିଁ । ସେହିପରି ଜିଲ୍ଲାର ୧୩ଟି ବ୍ଲକ ଓ ପଞ୍ଚାୟତ ଗୁଡ଼ିକରେ ସରପଞ୍ଚ ଓ ସମିତି ସଦସ୍ୟ ପଦବୀରେ ମଧ୍ୟ ଅନୁସୂଚୀତ ଜାତି ଓ OBC ବର୍ଗଙ୍କୁ ଅଣଦେଖା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.