ଡାକ୍ତରାଣୀ-ଆଶା ଦିଦିଙ୍କ ବିବାଦ, ହନ୍ତସନ୍ତ ରୋଗୀ

author img

By

Published : Oct 17, 2021, 7:23 AM IST

Updated : Oct 17, 2021, 10:12 AM IST

ଡାକ୍ତରାଣୀ-ଆଶା ଦିଦିଙ୍କ ବିବାଦ ଯୋଗୁଁ ପ୍ରସୂତିଙ୍କ ଚିକିତ୍ସା ଅବହେଳା ଅଭିଯୋଗ

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ । ଡାକ୍ତରାଣୀ ଓ ଆଶାଦିଦିଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ଅବହେଳା ହୋଇଥିବା ଅଭିଯୋଗ କଲେ ପ୍ରସୂତି । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ । ଡାକ୍ତରାଣୀ ଓ ଆଶା ଦିଦିଙ୍କ ବିବାଦ ଭିତରେ ବଳି ପଡିଲା ରୋଗୀଙ୍କ ଚିକିତ୍ସା । ଜଣେ ମହିଳା ଅସ୍ତ୍ରୋପଚାର ମାଧ୍ୟମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବାବେଳେ ତାଙ୍କ ଆନୁସଙ୍ଗିକ ଚିକିତ୍ସାରେ ଅବହେଳା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଡାକ୍ତରାଣୀ-ଆଶା ଦିଦିଙ୍କ ବିବାଦ ଯୋଗୁଁ ପ୍ରସୂତିଙ୍କ ଚିକିତ୍ସା ଅବହେଳା ଅଭିଯୋଗ

ସୂଚନାଯୋଗ୍ୟ, ନିକଟରେ ଥୁଆମୂଳ ଅନ୍ତର୍ଗତ ବଣ୍ଡାବାଗ ଗାଁର ଖୀରମଣି ଝଡ଼ିଆଙ୍କ ପ୍ରସବ ଜନିତ ଯନ୍ତ୍ରଣା ନେଇ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଆଶାକର୍ମୀ ସଙ୍ଗୀତା ନାଏକ ଖୀରମଣିଙ୍କ ଦାୟିତ୍ବରେ ଥିବା ଡାକ୍ତର ହେମାଙ୍ଗୀନି ମେହେରଙ୍କୁ ଚିକିତ୍ସା ପାଇଁ କହିଥିଲେ । ଏହାକୁ ନେଇ ଉଭୟ ଆଶାକର୍ମୀ ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଘଟଣା ଚାପୁଡା ମାରିବା ଯାଏଁ ମଧ୍ୟ ପହଞ୍ଚି ଥିଲା ।

ଏହି ଘଟଣାକୁ ଇତିମଧ୍ୟରେ ୧୬ ଦିନି ବିତି ଯାଇଥିଲେ ବି ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେପଟେ ସମ୍ପୃକ୍ତ ପ୍ରସୂତିଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated :Oct 17, 2021, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.