କଳାହାଣ୍ଡିରେ ସର୍ବଭାରତୀୟ NCC ଟ୍ରେକିଂ କ୍ୟାମ୍ପ, ୧୪ ରାଜ୍ୟର ୫୧୧ କ୍ୟାଡେଟ ସାମିଲ

author img

By

Published : Sep 26, 2022, 1:15 PM IST

all india ncc trekking campaign

କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପକ୍ଷରୁ ସର୍ବ ଭାରତୀୟ ଟ୍ରାଇବଲ ଏନସିସି ଟ୍ରେକିଂ କ୍ୟାମ୍ପ ଅନୁଷ୍ଠିତ ହୋଇଛି । 14 ରାଜ୍ୟର ୫୧୧ କ୍ୟାଡେଟ ସାମିଲ ଅଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ସର୍ବ ଭାରତୀୟ ଏନସିସି ଟ୍ରେକିଂ କ୍ୟାମ୍ପରେ ୧୪ ରାଜ୍ୟର ୫୧୧ କ୍ୟାଡେଟ ଯୋଗ ଦେଇଛନ୍ତି । କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପକ୍ଷରୁ ସର୍ବ ଭାରତୀୟ ଟ୍ରାଇବଲ ଏନସିସି ଟ୍ରେକିଂ କ୍ୟାମ୍ପ ଅନୁଷ୍ଠିତ ହୋଇଛି । ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକାରିଚଞ୍ଚରା ଠାରେ ଟ୍ରାଇବଲ ଏନସିସି ଟ୍ରେକିଂ କ୍ୟାମ୍ପ ହୋଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ସଞ୍ଚୟ ଶତପଥୀ, ନାଭାଲ, ଏନସିସି ଅଧିକାରୀ, ଅତିଥି ଓ କ୍ୟାଡେଟମାନଙ୍କୁ ଡିଗ୍ରୀ ମହାବିଦ୍ୟାଳୟର କର୍ମକର୍ତ୍ତା ଓ ଡୋକାରିଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ କଳାହାଣ୍ଡିର ଲୋକନୃତ୍ୟ ଘୁମୁରା ଓ ଲୋକବାଦ୍ୟର ତାଳେ ତାଳେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି ।

ସର୍ବଭାରତୀୟ ଏନସିସି ଟ୍ରେକିଂ କ୍ୟାମ୍ପ

ସର୍ବ ଭାରତୀୟ ସ୍ତରରେ ୧୪ ରାଜ୍ୟର ୫୧୧ ଜଣ ଏନସିସି କ୍ୟାଡେଟ କ୍ୟାମ୍ପରେ ସାମିଲ ହୋଇଛନ୍ତି । ପ୍ରକୃତି କୋଳରେ ଥିବା ପର୍ଯ୍ୟଟନ ସ୍ଥଳୀରେ ପର୍ବତାରୋହଣର ପ୍ରଶିକ୍ଷଣର ଅନୁଭୂତି ନେଇଛନ୍ତି କ୍ୟାଡେଟ । ଆୟୋଜିତ କାର୍ଯ୍ୟକ୍ରମ ୧୪ ରାଜ୍ୟରୁ ଯୋଗ ଦେଇଥିବା ପ୍ରଶିକ୍ଷକ ଛାତ୍ରଛାତ୍ରୀମାନେ ବନ୍ଦେ ମାତରାମକୁ ସମ୍ମାନ ଜଣାଇ ଶିବିର ଆରମ୍ଭ କରିଥିଲେ। ପ୍ରଥମେ କ୍ୟାଡେଟ ମାନେ ଅନ୍ତର୍ଜାତିକ ପର୍ବାତାରୋହୀ ଯୋଗବ୍ୟାସ ଭୋଇଙ୍କ ତତ୍ୱାବଧାନରେ ଗୁଡାହାଣ୍ଡି ପର୍ବତ ଶିଖରରେ ଟ୍ରେକିଂର ପ୍ରଶିକ୍ଷଣ ନେବାପରେ ଡୋକାରୀଦରରେ ୨୦୦ ଫୁଟ ତଳକୁ ଟ୍ରେକିଂ କରି ଯୋଗବ୍ୟାସ ଓ ତାଙ୍କ ଟିମର ସଦସ୍ୟ ଓହ୍ଲାଇଥିଲେ ।

ଏହା ବି ପଢନ୍ତୁ...ସରକାରୀ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଦଶମ ଶ୍ରେଣୀ ଛାତ୍ର ଅଟକ

ଟ୍ରେକିଂ କ୍ୟାମ୍ପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ପଶ୍ଚିମବଙ୍ଗ ମଧ୍ୟପ୍ରଦେଶ ଛତିଶଗଡ଼ ଓ ଉତ୍ତରପୂର୍ବାଞ୍ଚଳ ନିର୍ଦେଶାଳୟ ର ୫୧୧ ଜଣ କ୍ୟାଡେଟ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଏହି ଭଳି କ୍ୟାମ୍ପ ଆୟୋଜନ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ହେବା ସହ ପର୍ଯ୍ୟଟକଙ୍କ ଦୃଷ୍ଟିଗୋଚର ଓ ଅଞ୍ଚଳର ବିକାଶ ହେବ ବୋଲି ଆଶା କରାଯାଉଛି । ପ୍ରଥମ ଥର ପାଇଁ ସର୍ଵ ଭାରତୀୟ ଟ୍ରେକିଂ କ୍ୟାମ୍ପ ଡୋକାରିଚଞ୍ଚରାରେ ଆୟୋଜିତ ହୋଇଥିବା କାରଣରୁ ଅନେକ ଲୋକଙ୍କ ସମାଗମ ମଧ୍ୟ ହୋଇଥିଲା । କଳାହାଣ୍ଡି ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ପରିସର । କ୍ୟାଡେଟମାନେ ଏହି କ୍ୟାମ୍ପରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.