କଳାହାଣ୍ଡିରେ ଧୁମଧାମରେ ପାଳିତ ହେଲା ଭୈରବଙ୍କ ଝାମୁଯାତ୍ରା

author img

By

Published : Sep 19, 2022, 10:57 AM IST

କଳାହାଣ୍ଡି ଝାମୁଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ମେଦିନିପୁର ଠାରେ ପାଳିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା । ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ଅଧିକ ପଢନ୍ତୁ

ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମେଦିନିପୁର ଠାରେ ପାଳିତ ହେଲା ଭୈରବ ଦେବଙ୍କ ଝାମୁଯାତ୍ରା । ଆଧୁନିକତାର ଚାକଚକ୍ୟରେ ବି ବଦଳି ନାହିଁ ଆଦିବାସୀଙ୍କ ଆଦି ସଂସ୍କୃତି ଆଦି ପରମ୍ପରା । ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା ।

ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ଆଶ୍ବିନ ମାସ ଦ୍ଵାଦଶୀ ତିଥିରେ ବାଲିକଢା ଠାରୁ ୧୨ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥିଲା । ପରେ ବିଧିବିଧାନ ପୂର୍ବକ କଳାହାଣ୍ଡି ମହାରାଜ ମନ୍ଦିର ଗର୍ଭଗୃହ ମଧ୍ୟରେ ଗୁପ୍ତ ରୀତିନୀତିରେ ଭୈରବଙ୍କ ପୂଜାର୍ଚ୍ଚନା ସହ କାଠ ଗଣ୍ଡି ଗୁଡିକୁ ଅଗ୍ନୀ ସଂଯୋଗ କରିବା ପରେ ଆରମ୍ଭ ହୋଇଥିଲା ଭୈରବଙ୍କ ଝାମୁଯାତ୍ରା ।

କଳାହାଣ୍ଡି ଝାମୁଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଦିବାସୀ ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଏହି ଝାମୁଯାତ୍ରା । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ । ହେଲେ ଚଳିତ ବର୍ଷ କଟକଣା କୋହଳ ହେବାରୁ ଶହଶହ ଶ୍ରଦ୍ଧାଳୁ ଭୈରବ ଦେବଙ୍କ ଝାମୁଯାତ୍ରାରେ ସାମିଲ ହୋଇଥିଲେ।

ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଆଧୁନିକତାର ଚାକଚକ୍ୟରେ ବି ବଦଳିନାହିଁ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା । ଯୁଗ ବଦଳିବା ସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର । କିନ୍ତୁ ମଣିଷ ଆଜି ବି ମାନୁଛି ଧାର୍ମିକ ବିଶ୍ବାସ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ହିଲ୍ଲୋଳରେ ପରିପୁଷ୍ଟ ହୋଇଛନ୍ତି । ତେବେ ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା। ଆଉ ଆଦିବାସୀଙ୍କ ବାଲିଯାତ୍ରା ବି ଅନନ୍ୟ । ଏଠାରେଠି ଦେଖିବାକୁ ମିଳେ ପାରମ୍ପାରିକ ପରମ୍ପରାର ଝଲକ ।

ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା। ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ତେବେ ପଞ୍ଚମୀ ତିଥିରେ ବିଧିବିଧାନ ପୂର୍ବକ ଭୋରରୁ କାଠ ଗୁଡିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯାଇଥିଲା। ଏଥିସହ ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ମା’ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହୋଇଥିଲା । ପରେ ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟାଦୋଳିରେ ଝୁଲିଥିଲେ । ଏନେଇ ପରେ ପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗି ନିଆଁରେ ଚାଲିଥିଲେ ।

ଗତ ଦୁଇ ବର୍ଷ ଧରି ମହାମାରୀ କୋରୋନା ଯୋଗୁଁ କେବଳ ରୀତିନୀତି ଅନୁଯାୟୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ହେଲେ ଏବେ କଟକଣା କୋହଳ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଝାମୁଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଆଜି ଅନୁଷ୍ଠିତ ଯାତ୍ରାରେ ଏଠାକୁ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏନେଇ ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ହୋଇ ଉଠିଥିଲା ଉତ୍ସବ ମୁଖର ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.