କଳାହାଣ୍ଡି ପୁଣି ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Sep 25, 2021, 8:46 AM IST

କଳାହାଣ୍ଡି ବେଡାଲ ଖମନ ଜଙ୍ଗଲରେ ପୁଣି ହାତୀ ମୃତ, କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲା ବେଡାଲ ଖମନ ଜଙ୍ଗଲରେ ପୁଣି ହାତୀ ମୃତ୍ୟୁ । ବର୍ତ୍ତମାନ ସୁଦ୍ଧା ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ବେଡାଲ ଖମନ ଜଙ୍ଗଲରେ ପୁଣି ହାତୀ ମୃତ । ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ବନାଥପୁର ରେଞ୍ଜର ବେଡାଲ ଖମନ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

କଳାହାଣ୍ଡି ବେଡାଲ ଖମନ ଜଙ୍ଗଲରେ ପୁଣି ହାତୀ ମୃତ, କାରଣ ଅସ୍ପଷ୍ଟ

ସେପଟେ ଚଳିତ ବର୍ଷ ଫେବୃଆରୀ ମାସରେ ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ୧୦ଟି ହାତୀଙ୍କ ମୃତ୍ୟୁ ହୋଇଥିଲା, ଯାହା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.