ରାଜ୍ୟସ୍ତରୀୟ ଦେବଗିରି ଉତ୍ସବରେ ସମ୍ମାନିତ ହେବେ ୯ ସାମ୍ବାଦିକ

author img

By

Published : Dec 4, 2022, 10:30 PM IST

ରାଜ୍ୟସ୍ତରୀୟ ଦେବଗିରି ଉତ୍ସବରେ ସମ୍ମାନିତ ହେବେ ୯ ସାମ୍ବାଦିକ

ସମ୍ମାନିତ ହେବେ ୯ ସାମ୍ବାଦିକ । କଳାହାଣ୍ଡିର ୯ ଜଣ ସୁନାମଧନ୍ୟ ସାମ୍ବାଦିକ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ଦେବଗିରି ଉତ୍ସବରେ ସମ୍ମାନିତ ହେବେ । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ସମ୍ମାନିତ ହେବେ ୯ ସାମ୍ବାଦିକ । କଳାହାଣ୍ଡିର ୯ ଜଣ ସୁନାମଧନ୍ୟ ସାମ୍ବାଦିକ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ଦେବଗିରି ଉତ୍ସବରେ ସମ୍ମାନିତ ହେବେ । ଏନେଇ ସାଂସ୍କୃତିକ ଅନୁଷ୍ଠାନ ନିଷ୍ପତ୍ତି ନେଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା କୁମାରସ୍ଵାମୀ ମହୋତ୍ସବ ଅନୁଷ୍ଠିତ ହେବ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଦେବଗିରି ନାରଦ ସମ୍ମାନରେ ସମ୍ମାନିତ ହେବେ । ସେହିପରି ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର ସାମ୍ବାଦିକ ସମ୍ମାନରେ ସମ୍ମାନିତ ହେବେ । ଏହାସହ ଜିଲ୍ଲାରେ ଅନ୍ୟ ୭ଜଣ ଯୁବ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁ, ଲିଙ୍ଗରାଜ ମିଶ୍ର, ଅନନ୍ତ କୁମାର ପାଳ, ଲକ୍ଷ୍ମଣ ସ୍ବାଇଁ, ନବୀନ କିଶୋର ସାହୁ, ସ୍ନିଗ୍ଧାରାଣୀ ସିଂହ ଓ ନିକୁଞ୍ଜ ଦତ୍ତା ପ୍ରମୁଖ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ ହେବେ । ଏହାକୁ ନେଇ ସାମ୍ବାଦିକଙ୍କ ମହଲରେ ଉତ୍ସାହ ଦେଖା ଦେଇଛି ।

ସମ୍ବାଦ ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି ସାମ୍ବାଦିକ । ଏହି ସମସ୍ତ ସାମ୍ବାଦିକ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ରହି କଳାହାଣ୍ଡିର ଦୁର୍ଗମ ଅଞ୍ଚଳର ଗ୍ରାଉଣ୍ଡ ଜିରୋରୁ ବିଭିନ୍ନ ସମସ୍ୟା ସମ୍ପର୍କିତ ଓ ଦୁର୍ନୀତି ବିରୋଧୀ ତଥା ତଥ୍ୟ ଭିତ୍ତିକ ସାମ୍ୱାଦିକତା କରି ଜିଲ୍ଲାର ସାମଗ୍ରିକ ବିକାଶରେ ଏକ ବିପ୍ଳବ ଆଣି ପାରିଛନ୍ତି । ତେଣୁ କୁମାରସ୍ଵାମୀ ମହୋତ୍ସବ ଅବସରରେ ଏହି ଅନନ୍ୟ ପ୍ରତିଭାଦୀପ୍ତ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବ ବୋଲି ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.