MSP କାରଖାନା ବନ୍ଦ କରିବାକୁ ଗ୍ରାମବାସୀଙ୍କ ଦାବି, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

author img

By

Published : Jan 3, 2023, 7:36 AM IST

MSP କାରଖାନା ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଝାରସୁଗୁଡ଼ା MSP (MSP Metallics) କାରଖାନା ଖୋଲିବା ପରେ ମୁଣ୍ଡ ଟେକିଲା ନୂଆ ସମସ୍ୟା । MSP କାରଖାନା ବନ୍ଦ କରିବାକୁ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୁଡ଼ିପଦର ଗ୍ରାମବାସୀ । ଏହାଦ୍ବାରା ହେଉଥିବା ପ୍ରଦୂଷଣରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ସେପଟେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ମିଳୁନି ନିଯୁକ୍ତି । ଅଧିକ ପଢ଼ନ୍ତୁ

MSP କାରଖାନା ବନ୍ଦ କରିବାକୁ ଗ୍ରାମବାସୀଙ୍କ ଦାବି

ଝାରସୁଗୁଡ଼ା: ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ପାଇଁ ବନ୍ଦ ପଡ଼ିଥିବା କଳ କାରଖାନାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଝାରସୁଗୁଡ଼ା MSP (MSP Metallics) ମଧ୍ୟ ଖୋଲାଯାଇଥିଲା । କିନ୍ତୁ ଏହାକୁ ବନ୍ଦ କରିବାକୁ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୁଡ଼ିପଦର ଗ୍ରାମବାସୀ । ଏହି କାରଖାନା ଚାଲିବା ଦ୍ବାରା ହେଉଥିବା ପ୍ରଦୂଷଣରୁ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

ଶିଳ୍ପ ନଗରୀ ବୋଲାଉଥିବା ଝାରସୁଗୁଡ଼ାରେ ଅନେକ କାରଖାନା ବନ୍ଦ ପଡ଼ିଛି । ଦୀର୍ଘ ଦିନ ଧରି MSP(MSP Metallics Pvt Ltd) ମଧ୍ୟ ବନ୍ଦ ହୋଇ ରହିଥିଲା । ତେବେ ବେକାରୀ ସମସ୍ୟା ଦୂର କରିବା ତଥା ଝାରସୁଗୁଡ଼ାର ବିକାଶ ପାଇଁ ସରକାର ଏହାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏହାକୁ ଖୋଲିବା ପରେ ନୂଆ ସମସ୍ୟା ମୁଣ୍ଡ ଟେକିଛି । ବର୍ତ୍ତମାନ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ସ୍ବର ଉଠାଇଛନ୍ତି ।

ସୋମବାର ଝାରସୁଗୁଡା ବୁଡ଼ିପଦରସ୍ଥିତ MSP ମେଟାଲିକସକୁ ବନ୍ଦ କରିବା ପାଇଁ ବୁଡ଼ିପଦର ଗ୍ରାମବାସୀମାନେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ବୁଡ଼ିପଦରରେ ଥିବା MSP କାରଖାନା ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ ବଢ଼ାଇଛି । ଯାହାଦ୍ଵାରା ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେଉଛନ୍ତି । ବୁଡ଼ିପଦରରେ ଏହି କମ୍ପାନୀ ରହିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.