ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାଶ୍, ୨ ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Sep 23, 2021, 5:18 PM IST

ଆଇପିଏଲ ବେଟିଂ ରାକେଟର ଫର୍ଦ୍ଦାଫାସ୍‌, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଆଇପିଏଲରେ ବେଟିଂ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ । ଏଭଳି ଏକ ରାକେଟ୍‌ରେ ସାମିଲ ଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ...

ଝାରସୁଗୁଡ଼ା: ଆଇପିଏଲରେ ବେଟିଂ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ । ବିତ୍ତଶାଳୀ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନଲାଇନ ବେଟିଂ ଆରମ୍ଭ ହୋଇଯାଇଛି । ଏଭଳି ଏକ ରାକେଟ୍‌ରେ ସାମିଲ ଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ବେଟିଂ ରାକେଟର ମୁଖ୍ୟ ବର୍ତ୍ତମାନ ବି ଫେରାର ରହିଛି । ଏହାକୁ ନେଇ ଝାରସୁଗୁଡ଼ା ପୋଲିସ ସୂଚନା ଦେଇଛି ।

ଆଇପିଏଲ ବେଟିଂ ରାକେଟର ଫର୍ଦ୍ଦାଫାସ୍‌, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଆଇପିଏଲରେ ଅନଲାଇନ ବେଟିଂରେ କମ୍‌ ଟଙ୍କା ବିନିଯୋଗ କରି ରାତାରାତି ମାଲାମାଲ ହେବାକୁ ସ୍ବପ୍ନ ଦେଖୁଛନ୍ତି ଯୁବ ଗୋଷ୍ଠୀ । ଏଭଳି ବେଆଇନ କାର୍ଯ୍ୟ ଝାରସୁଗୁଡ଼ା ରୋଡ୍‌ ଷ୍ଟେସନର ଗୋସଲାପଡ଼ା ଅଞ୍ଚଳରେ ଜାରି ରହିଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିଥିବା ରାକେଟର ମୁଖ୍ୟ ଫେରାର ରହିଛି । ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ୮୦ ହଜାର ଟଙ୍କା ସହ ୭ଟି ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଇପିଏଲର ୧୪ତମ ସଂସ୍କରଣ ପୁନଃ ଆରମ୍ଭ ହେବାପରେ ଝାରସୁଗୁଡ଼ା ସହରରେ ଆଇପିଏଲ ବେଟିଂ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏଭଳି ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଦଳ ଗଠନ କରି ତଦନ୍ତ ଜାରି ରଖିଥିଲା । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳତା ହାସଲ କରିଛି । ଆଇପିଏଲ ବେଟିଂ ପାଇଁ ବିଭିନ୍ନ ଲିଙ୍କ୍‌ର ବ୍ୟବହାର କରୁଥିଲେ ଅଭିଯୁକ୍ତ । www.skyexchang.com, www.1exch.com, skyinplay.com, www.i4u777.com ଭଳି ଲିଙ୍କ୍‌ ଜରିଆରେ ବେଟିଂ ହେଉଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସେହି ଅଞ୍ଚଳର ମହମ୍ମଦ ଅକିଲ ଆଜିଜ ମୋତିଭାଲା ଓ ହରିଶ ସାହୁ ।

ଆଇପିଏଲ ବେଟିଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । ତଦନ୍ତ ପାଇଁ ଖୁବ୍‌ଶୀଘ୍ର ଝାରସୁଗୁଡ଼ା ପୋଲିସ୍ ଦୁବାଇ ଗସ୍ତ କରିିବ ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.