ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା: ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର, ବୁର୍ଲା ମେଡିକାଲରେ ଚିକିତ୍ସା ଜାରି

author img

By

Published : Sep 17, 2022, 6:46 PM IST

ନିଖିଳ ଢ଼ାବା ନିକଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆହତଙ୍କ ବୁର୍ଲା ମେଡିକାଲରେ ଚିକିତ୍ସା ଜାରି

ଝାରସୁଗୁଡ଼ା ଆକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା । ଅବସ୍ଥା ସଙ୍କଟାପନ୍ନ ଥିବା ଆହତଙ୍କ ଚିକିତ୍ସା ବୁର୍ଲା ମେଡିକାଲରେ କରାଯାଉଛି । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା (Jharsuguda Road accident) ଆକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଗତକାଲି (ଶୁକ୍ରବାର) ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୨୭ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ କିଛିଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କ ଚିକିତ୍ସା ବୁର୍ଲା ମେଡିକାଲରେ ଜାରି ରହିଛି । ବସ୍‌କୁ ଟ୍ରଲର ପିଟିବା ଦ୍ବାରା ଘଟିଥିଲା ଏହି ଦୁର୍ଘଟଣା ।

ନିଖିଳ ଢ଼ାବା ନିକଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆହତଙ୍କ ବୁର୍ଲା ମେଡିକାଲରେ ଚିକିତ୍ସା ଜାରି

ମୃତକମାନେ ହେ‌ଲେ ରାଜେନ୍ଦ୍ର ତିୱାରୀ, ଶେର୍‌ ବାହାଦୁର, ବ୍ରିକ୍‌ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର । ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବାବେଳେ ଝାରସୁଗୁଡ଼ା‌ରେ ଘରଭଡ଼ା ନେଇ ରହୁଥିଲେ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୨୭ ଜଣରୁ ଗୁରୁତର ଆହତ ହୋଇଥିଲେ । ଏମାନଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଠେଲ୍‌କୁଲି ସ୍ଥିତ ଜେଏସ୍‌ଡବ୍ଲ୍ୟୁ (JSW) ବିପିଏସ୍‌ଏଲ୍ କାରଖାନାର ଟ୍ୟୁବ୍ ମିଲ୍‌ରେ କାର୍ଯ୍ୟରତ ପ୍ରାୟ ୪୦ ଜଣ କର୍ମଚାରୀ ଜେନେରାଲ୍‌ ସିଫ୍ଟ ଡ୍ୟୁଟି ସାରି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୨୦ରେ କାରଖାନାର ବସ୍‌ (OD ୨୩ M ୮୧୩୧)ରେ ଝାରସୁଗଡ଼ା ଅଭିମୁଖେ ବାହାରିଥିଲେ । ଝାରସୁଗଡ଼ାର ଆକ୍ସନ ଇସ୍ପାତ ଛକ ପାଖରେ ବିପରୀତ ଦିଗରୁ ଏକ କୋଇଲା ବୋଝେଇ ହାଇୱା (OR୧୬G୦୯୫୦) ଦ୍ରୁତ ଗତିରେ ଆସି ରାସ୍ତା ଉପରେ ଥିବା ଏକ ଗାଈକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ
ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ

ଏହା ବି ପଢନ୍ତୁ- ଝାରସୁଗୁଡାରେ ବସକୁ ଟ୍ରଲର ପିଟିବା ଘଟଣା: ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି

ଗାଈକୁ ଧକ୍କା ଦେବାପରେ ହାଇୱାଟି ଭୁଲ ରାସ୍ତାରେ ଯାଇ କର୍ମଚାରୀମାନଙ୍କୁ ନେଇ ଆସୁଥିବା ଏହି ବସ୍‌ ସହ ଜୋରରେ ଘଷି ହୋଇଯାଇଥିଲା । ଫଳରେ ବସର ଛାତ ଓ ଗୋଟିଏ ପାଖ ଟିଣ କଭର ଚିରି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ବର୍ତ୍ତମାନ କିଛି ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କିଛି ଜଣ ଝାରସୁଗୁଡା ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି ।

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଅନ୍ୟକିଛି ଜଣ ବୁର୍ଲାରେ ଚିକିତ୍ସିତ ହେଉଥିବା ଝାରସୁଗୁଡା CDMO କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଯେଉଁ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାରେ ଝାରସୁଗୁଡ଼ା ଜିଲ୍ଲାପାଳ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏନେଇ ପ୍ରତିକ୍ରିୟାରେ ଆହତ ମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.