ଝାରସୁଗୁଡ଼ା ଗସ୍ତରେ ଓଡ଼ିଶା ବିଧାନସଭାର ହାଉସ କମିଟି

author img

By

Published : Sep 25, 2021, 9:35 AM IST

ଓଡ଼ିଶା ବିଧାନ ସଭା ହାଉସ କମିଟିର ସବ କମିଟି IVର ଝାରସୁଗୁଡ଼ା ଜିଲ୍ଲା ଗସ୍ତ

ଜିଲ୍ଲା ଗସ୍ତରେ ଆସି ବିଦ୍ୟୁତ ସମସ୍ୟା ନେଇ ଆଲୋଚନା କଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଏଥିରେ ଜିଲ୍ଲାପାଳଙ୍କ ସମେତ ବିଦ୍ୟୁତ କମ୍ପାନୀର ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ ଉତ୍ପାଦନ ଓ ବିଦ୍ୟୁତ ଯୋଗାଣରେ ଉନ୍ନତିକରଣ ଉପରେ କରିଛନ୍ତି ଆଲୋଚନା । ଅଧିକ ପଢନ୍ତୁ...

ଝାରସୁଗୁଡା: ବିଧାନସଭା ହାଉସ କମିଟିର ସବକମିଟି IV ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ବିଦ୍ୟୁତ ସମସ୍ୟା ସମ୍ପର୍କରେ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କମିଟିର ଅଧ୍ୟକ୍ଷ ତଥା ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ ବିଧାୟକ କିଶୋର କୁମାର ମହାନ୍ତି , ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏହି ଗସ୍ତରେ ଆସିଛନ୍ତି ।

ଓଡ଼ିଶା ବିଧାନ ସଭା ହାଉସ କମିଟିର ସବ କମିଟି IVର ଝାରସୁଗୁଡ଼ା ଜିଲ୍ଲା ଗସ୍ତ

ଶୁକ୍ରବାର ଏହି ଆଲୋଚନାରେ କମିଟି ପକ୍ଷରୁ ବିଦ୍ୟୁତ ଉତ୍ପାଦନ ଓ ବିଦ୍ୟୁତ ଯୋଗାଣରେ ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ଯୋଗାଇବା, ଲୋ-ଭୋଲଟେଜ ସମସ୍ୟା ଦୂର କରିବା, ବିଦ୍ୟୁତ ଚୋରି ରୋକିବା ସହ ବିଜୁଳି ବିତରଣରେ ଉନ୍ନତି ଆଣି ଲୋକଙ୍କର ଅଭାବ ଅସୁବିଧା ଦୂର କରିବାକୁ ବିତାରଣକାରୀ ସଂସ୍ଥାର ଅଧିକାରୀଙ୍କୁ କମିଟି ନିର୍ଦ୍ଦେଶ ଦେଇଥିଲେ ।

ତେବେ ବୈଠକ ପୂର୍ବରୁ କମିଟି ବିଭିନ୍ନ ଶିଳ୍ପାନୁଷ୍ଠାନ ବୁଲିବା ଦେଖିବା ସହ ବିଦ୍ୟୁତ ସମସ୍ୟା ନେଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ବିଦ୍ୟୁତ ବିଭାଗ ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ, ଜିଲ୍ଲାପାଳ ସରୋଜ କୁମାର ସାମଲ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସଚିବ ଭିନସେଣ୍ଟ ପି.କେ ଏକ୍କା, ଡି ଏଫ ଓ ଲଳିତ କୁମାର ପାତ୍ର, ପି.ଡି ଡିଆରଡି ଏ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତ, ଉପ ଜିଲ୍ଲାପାଳ ଶିବ ଟପ୍ପୋ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.