ବିସ୍ଥାପିତଙ୍କୁ ସରକାରୀ ଜମିରେ ଥଇଥାନକୁ ନେଇ ବିରୋଧ

author img

By

Published : Sep 22, 2022, 9:22 PM IST

ବିସ୍ଥାପିତଙ୍କୁ ସରକାରୀ ଜମିରେ ଥଇଥାନକୁ ନେଇ ବିରୋଧ

ବିସ୍ଥାପିତ ଲୋକଙ୍କୁ ସରକାରୀ ଜମିରେ ଥଇଥାନ । ଏଥିପାଇଁ ପ୍ରଶାସନ ଚଳାଇଛି ପ୍ରୟାସ । ପ୍ରଶାସନର ଏହି ପ୍ରୟାସକୁ ବିରାେଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା : ବିସ୍ଥାପିତ ଲୋକଙ୍କୁ ସରକାରୀ ଜମିରେ ଥଇଥାନ । ଏଥିପାଇଁ ପ୍ରଶାସନ ଚଳାଇଛି ପ୍ରୟାସ । ପ୍ରଶାସନର ଏହି ପ୍ରୟାସକୁ ବିରାେଧ କରିଛନ୍ତି ଗ୍ରାମବାସୀ । ଏନେଇ ଅନେକଥର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ । ମନମାନି ଚଳାଇଛି ପ୍ରଶାସନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ପୌରପରିଷଦ 9ନମ୍ବର ୱାର୍ଡ କାପୁମାଲରେ ।

ବିସ୍ଥାପିତଙ୍କୁ ସରକାରୀ ଜମିରେ ଥଇଥାନକୁ ନେଇ ବିରୋଧ

ସୂଚନାନୁସାରେ ଝାରସୁଗୁଡ଼ା ପୌରପରିଷଦ 9ନମ୍ବର ୱାର୍ଡ କାପୁମାଲରେ ରହିଛି ଗୋଟିଏ ମାତ୍ର ସରକାରୀ ଜମି । ହେଲେ ଏହି ସରକାରୀ ଜମି ଉପରେ ନଜର ପକାଇଛି ପ୍ରଶାସନ । ଝାରସୁଗୁଡ଼ା ଜିଲ୍ଲା ଚୌକିପଡ଼ା ରେଳ ଓଭର ବ୍ରିଜରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଏହି ଜମିରେ ଥଇଥାନ କରିବାକୁ ପ୍ରଶାସନର ଅଣ୍ଟା ଭିଡ଼ିଛି । ଆଉ ଯାହାକୁ ଘୋର ବିରୋଧ କରିଛନ୍ତି ଗ୍ରାମବାସୀ ।

ଖବର ଅନୁଯାୟୀ, ଚୌକିପଡ଼ା ରେଳ ଓଭର ବ୍ରିଜ ପାଇଁ ବିସ୍ଥାପିତ ହେଉଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ଝାରସୁଗୁଡା ପୌରପରିଷଦ 9ନମ୍ବର ୱାର୍ଡ କାପୁମାଲରେ ଚିହ୍ନଟ ହୋଇଛି ଏହି ଗୋଚର ଜମି । ଏଠାରେ ଆଜି ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିଲା । ଏହା ଦେଖି ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଏହି ସରକାରୀ ଜମିଟି ଗୋଚର ଜମି ଏବଂ ଖେଳ ପଡିଆ ହୋଇଥିବାରୁ ଏଠାରେ ଅନ୍ୟ କାହାକୁ ଥଇଥାନ କରାନଯାଉ ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ଗ୍ରାମବାସୀଙ୍କ କୌଣସି କଥାକୁ କର୍ଣ୍ଣପାତ କରିନଥିଲା । ଆରମ୍ଭ କରିଥିଲା ବିସ୍ଥାପିତଙ୍କୁ ଥଇଥାନ କରିବାକୁ ପ୍ରୟାସ । ଏହାକୁ ନେଇ ଆନ୍ଦାେଳନ କରିଥିଲେ ଗ୍ରାମବାସୀ ।

ସେମାନଙ୍କ ଦାବି ଅନୁସାରେ ଏହି ସ୍ଥାନଟି ଏକ ଗୋଚର ଜମି । ଏଠାରେ ଗାଈଗୋରୁ ଚରିବା ସହ ପିଲାଛୁଆ ମଧ୍ୟ ଏଠାରେ ଖେଳି ପାରୁଛନ୍ତି । ଯଦି ଏହି ଜମି ପ୍ରଶାସନ ବିସ୍ଥାପିତଙ୍କୁ ଦେଇ ଦିଏ ତାହାଲେ ଆମ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ । ତେଣୁ ଏହି ସରକାରୀ ଜମିଟି ଗୋଚର ଜମି ଏବଂ ଖେଳ ପଡିଆ ହୋଇଥିବାରୁ ଏଠାରେ ଅନ୍ୟ କାହାକୁ ଥଇଥାନ କରାନଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ । ହେଲେ ପ୍ରଶାସନ ଗ୍ରାମବାସୀଙ୍କ କଥାକୁ ନଶୁଣି ଜମି ମାପ କରିଥିଲା । ଯାହାକୁ ଦୃଢ଼ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ।

ଘଟଣାସ୍ଥଳରେ ଝାରସୁଗୁଡା ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ନିଜ ଜିଦରେ ଅଟଳ ରହିଥିଲେ । ଗାଁର ଏହି ଗୋଚର ଜମି ଉପରେ କୌଣସି ବିସ୍ଥାପିତ ଲୋକଙ୍କୁ ଏଠାରେ ଥଇଥାନ କରାନଯିବାକୁ ଦାବି ହୋଇଛି । ଅନ୍ୟପଟେ ଝାରସୁଗୁଡାର ବିକାଶ ପାଇଁ ଲୋକଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ଏକ ନିଷ୍କର୍ଷ ବାହାର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.