Prisoner Death: ଝାରସୁଗୁଡ଼ା ଜେଲରେ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

author img

By

Published : Jan 22, 2023, 11:41 AM IST

ଝାରସୁଗୁଡ଼ାରେ କଏଦୀ ମୃତ୍ୟୁ

ଝାରସୁଗୁଡା ଜେଲ୍‌ରେ ଥିବା ଜଣେ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନାବାଳିକା ଦୁଷ୍କର୍ମ ମାମଲାରେ ସେ ଜେଲଦଣ୍ଡ ଭୋଗୁଥିଲା । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ନାବାଳିକା ଦୁଷ୍କର୍ମ ମାମଲାରେ ଝାରସୁଗୁଡା ଜେଲ୍‌ରେ ସଜ୍ଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି । ଗତ ୭ ବର୍ଷରୁ ଊର୍ଦ୍ଧ୍ବ ହେବ ପୋକ୍ସ ମାମଲାରେ ସେ ଝାରସୁଗୁଡ଼ା ଉପ-କାରାଗାରରେ ଜେଲଦଣ୍ଡ ଭୋଗୁଥିଲେ । ଗତକାଲି(ଶନିବାର) ପୂର୍ବାହ୍ନରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନା ମୁତାବକ, ୨୦୧୪ ମସିହାରେ ନାବାଳିକା ଦୁଷ୍କର୍ମ ମାମଲରେ ସୁଶାନ୍ତ ବୁଦୁଲା ଗିରଫ ହୋଇଥିଲେ । ଲଇକେରା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ୨୦୨୧ ମସିହାରେ ଝାରସୁଗୁଡା ଏସଡିଜେଏମ ଅଦାଲତ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଶନିବାର ପୂର୍ବାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ସୁଶାନ୍ତ ଜେଲ୍ ଭିତରେ ହଠାତ୍ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ସଦର ମେଡିକାଲକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ହିଁ ସେ ଆଖି ବୁଜିଛନ୍ତି । ଏନେଇ ଝାରସୁଗୁଡା ବିମାନବନ୍ଦର ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପ୍ରେମ ପାଇଁ ନୃଶଂସ ପାଲଟିଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ବାମୀକୁ ଭୁଜାଲିରେ କଲା ୫୦ ଥର ଆକ୍ରମଣ

ମୃତ କଏଦୀ ଜଙ୍ଗଲି ବିରୁଦ୍ଧରେ ଦୁଷ୍କର୍ମ ମାମଲା ରହିଥିଲା । ଜଙ୍ଗଲକୁ କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଉଥିବା ମହିଳାମାନଙ୍କୁ ସେ ଭୟଭୀତ କରି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ସେହିପରି ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏହିପରି ଭାବେ ସେ ଲଇକେରା ଅଞ୍ଚଳରେ ଆତଙ୍କ ଖେଳାଇ ଥିଲା । ପରେ ଏହି ମାମଲାରେ ସେ ଗିରଫ ହୋଇ ଦୋଷୀ ସାବ୍ୟସ୍ତ ହୋଇଥିଲା । ତେବେ ଝାରସୁଗୁଡା ଉପ କାରାଗାରରେ ଥିବା ସମୟରେ ଅସୁସ୍ଥତା ଯୋଗୁଁ ତା'ର ମୃତ୍ୟୁ ହୋଇଛି । ଏନେଇ ବିମାନବନ୍ଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.