ମୁଣ୍ଡ ଉପରେ ରହିଛି ଉପନିର୍ବାଚନ, ଝାରସୁଗୁଡ଼ାରେ ଆରମ୍ଭ ହେଲାଣି ମିଶ୍ରଣ ପର୍ବ

author img

By

Published : Mar 14, 2023, 6:40 AM IST

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କମ୍ପିଲାଣି ମୈଦାନ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ଘଟିବା ପରେ ତେଜୁଛି ରାଜନୈତିକ ଉଷ୍ମତା । ଝାରସୁଗୁଡ଼ାରେ ଖାଲି ପଡିଥିବା ଆସନକୁ ହାତେଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କମ୍ପିଲାଣି ମୈଦାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ କମ୍ପିଲାଣି ମୈଦାନ । ଗଡ ହାତେଇବାକୁ କସରତ ଆରମ୍ଭ କରିଛନ୍ତି ଦଳ । ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ନିଜନିଜ ପତିଆରା ସାବ୍ୟସ୍ତ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳଡିଆଁ ପର୍ବ । ନିର୍ବାଚନ ପୂର୍ବରୁ ଗୋଟିଏ ଦଳ ଛାଡି ଆଉ ଏକ ଦଳକୁ ଡେଇଁବା ସ୍ବାଭାବିକ ଘଟଣା । ଗତ ସୋମବାର ଶାସକ ବିଜେଡି ଦଳର ଅସନ୍ତୁଷ୍ଟ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ସେପଟେ କଂଗ୍ରେସ ବି ତାର କର୍ମୀ ଗୋଟାଇବାରେ ଲାଗିଛି ।

ମୁଣ୍ଡ ଉପରେ ରହିଛି ଉପନିର୍ବାଚନ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ଘଟିବା ପରେ ବର୍ତ୍ତମାନ ରାଜନୈତିକ ଉଷ୍ମତା ଦେଖାଯାଉଛି । ଖାଲି ପଡିଥିବା ଆସନକୁ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ତିନି ପ୍ରମୁଖ ଦଳ ବର୍ତ୍ତମାନ ନିଜ ସ୍ଥିତି ସୁଦୃଢ଼ କରିବାରେ ଲାଗିଛନ୍ତି । ଗୋଟିଏ ପଟେ ବିଜେଡି ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରି ଜନସମ୍ପର୍କ ସୁଦୃଢ଼ କରୁଥିବା ବେଳେ ବିଜେପିରେ ଯୋଗ ଦେଉଛନ୍ତି ଯୁବଶକ୍ତି ।

ଆଜି ଝାରସୁଗୁଡ଼ା ସହର ବିଜେପି କାର୍ଯ୍ୟାଳୟରେ ଦଲକୀ ପଞ୍ଚାୟତର ଅନେକ ଯୁବକ ବିଜେପିରେ ସାମିଲ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନର ପ୍ରକ୍ରିୟା ଆରମ୍ଭ ନହେବା ପୂର୍ବରୁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । କେଉଁଠି ସଭା ସମିତିର ଆୟୋଜନ କରି ଦଳ ପାଇଁ ସମର୍ଥକ ଗୋଟାଉ ଥିବା ବେଳେ, କେଉଁଠି ଦଳରେ ନୂତନ ଯୁବପିଢୀକୁ ସାମିଲ କରି ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି । ଆଜି ଝାରସୁଗୁଡ଼ା ସହର ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଦଲକୀ ପଞ୍ଚାୟତର ଅନେକ ଯୁବକମାନେ ପଦ୍ମ ଧରିଛନ୍ତି । ଏହି ଯୁବକମାନେ ଆଗମୀ ଦିନରେ ଦଳକୁ ମଜଭୁତ କରିବେ ବୋଲି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ବିଗତ କିଛି ଦିନ ହେବ ବିଜେଡି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରି ଶକ୍ତି ବୃଦ୍ଧି କରୁଥିବା ବେଳେ ବିଜେପି ଗାଁ ଗାଁର ଗଳିକନ୍ଦିରେ ନିଜର ଜନସମ୍ପର୍କ ସୁଦୃଢ଼ କରି ଯୁବ ଗୋଷ୍ଠୀକୁ ଆକର୍ଷିତ କରୁଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ତାର ଶକ୍ତି ବୃଦ୍ଧି କରିବା ପାଇଁ କର୍ମୀ ଗୋଟାଇବାରେ ଲାଗିଛି । ତେବେ ଏଥର ଉପନିର୍ବାଚନରେ ଗଡ଼ ହାତେଇବା ନେଇ ଦମ୍ଭୋକ୍ତି ବାଢିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.