ଝାରସୁଗୁଡ଼ାରେ ପ୍ରଦେଶ କଂଗ୍ରେସର ଭାରତଯାେଡ଼ ଯାତ୍ରା

author img

By

Published : Jan 18, 2023, 9:08 PM IST

Bharat jodo yatra

ଝାରସୁଗୁଡ଼ା ସହରରେ ଭାରତ ଯୋଡୋ ପଦଯାତ୍ରା । ଏହି ଯାତ୍ରା ନିଶ୍ଚୟ ସଫଳ ହେବ ବୋଲି ଆଶା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କଂଗ୍ରେସର ଭାରତଯାେଡ଼ ଶୋଭାଯାତ୍ରା

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ସହରରେ ଭାରତ ଯୋଡୋ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ସାମିଲ ହୋଇଥିଲେ । ଏହି ଯାତ୍ରା ଝାରସୁଗୁଡ଼ାର ବୀରମିତ୍ରପୁର ଗେଟଠାରୁ ଆରମ୍ଭ ହୋଇଥିଲା । ପଦଯାତ୍ରାରେ ଜିଲ୍ଲାର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଡ଼ି ହୋଇଥିଲେ ।

ଏ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏହି ଭାରତ ଯୋଡ଼ ପଦଯାତ୍ରା ଭୁବନେଶ୍ବରରୁ ଆରମ୍ଭ ରି ଆଜି ଆମେ ଝାରସୁଗୁଡ଼ାରେ ପହଞ୍ଚିଛୁ । ଏଠିକାର ଜନସାଧାରଣ ଏବଂ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା କମିଟି ପକ୍ଷରୁ ଯେଉଁଳି ଭାବେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସେଥିପାଇଁ ମୋ ତରଫରୁ ଏବଂ କଂଗ୍ରେସ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛି । ଭାରତଯୋଡ଼ ପଦଯାତ୍ରାର ଯେଉଁ କାର୍ଯ୍ୟକ୍ରମ ଆମର ଯେଉଁ ନେତା ରାହୁଲ ଗାନ୍ଧୀଙ୍କର କନ୍ୟାକୁମାରୀଠୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଚାଲିଛି । ପାଖାପାଖି ୩ ହଜାର କିମି ଚାଲି ସାରିଲେଣି । ୩୦ ତାରିଖ ଦିନ ଶ୍ରୀନଗରରେ ତାଙ୍କର ଶେଷ ହେବାକୁ ଯାଉଛି ତାଙ୍କର ପଦଯାତ୍ରା । ଏ ହେଉଚି ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ହେଉଛୁ ଆମେ ଏକ୍ । ଆମ ସମ୍ବିଧାନ ଆମ ଦେଶର ଆତ୍ମା । ଯେଉଁ ଲୋକମାନଙ୍କ ମନରେ ଅହଙ୍କାର, ଗର୍ବ ରହିଛି , ଯେଉଁମାନେ ନିଜନିଜ ଭିତରେ ଭେଦଭାବ ସୃଷ୍ଟି କିରବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଚାଲିଛି ଏହି ଭାରତ ଯୋଡ଼ ପଦଯାତ୍ରା । ସେଥିପାଇଁ ଆମେ ଆଜି ଝାରସୁଗୁଡ଼ାରେ ପହଞ୍ଚିଛୁ । ସେପେଟେ କେନ୍ଦ୍ର ସରକାର ଯାହା ସୃବୁ କହିଗଲେ ୨ କୋଟି ଲୋକଙ୍କୁ ରୋଜଗାର ଦେବେ । ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବେ । ହେଲେ ଆଜି ବି ଦରଦାମରେ କୌଣସି ପରିବର୍ତ୍ତନ ହୋଇନି । କିରୋସିନ, ପେଟ୍ରୋଲ, ଡିଜେଲ, ଖାଇବା ତେଲ ସବୁ କିଛି ମହଙ୍ଗା । ସେହିପରି ରାଜ୍ୟ ସରକାର ନବୀନ ବାବୁ ୨୨ ବର୍ଷ ଶାସନଗାଦିରେ ରହିକି ବି ଓଡ଼ିଶାବାସୀଙ୍କ କୌଣସି ଉନ୍ନତି ନାହିଁ ।"

ଏହାମଧ୍ୟ ପଢ଼ନ୍ତୁ. ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ପ୍ରଭାବ ଶୂନ୍ୟ !

ସେପଟେ ଭୁବନେଶ୍ବରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଓଡ଼ିଶାରେ ପ୍ରଭାବ ଶୂନ୍ୟ ପରି ମନେ ହେଉଛି । ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଜ୍ୟରେ ଦୁଇ ଦୁଇଟି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେଲା । ତଥାପି ଆଗକୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଓ ସାଧାରଣ ଜନତାଙ୍କ ବିଶ୍ବାସଭାଜନ ହେବାନେଇ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଓଡ଼ିଶାରେ ଆଜି ଭାରତ ଯୋଡ଼ୋ ଯାତ୍ରା ରାଉରକେଲାରେ ପହଞ୍ଚିଥିଲା ।

ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବାପରେ ଓଡ଼ିଶାରେ ଦୁଇ ଦୁଇଟି ଉପନିର୍ବାଚନ ସାମ୍ନା କଲା କଂଗ୍ରେସ । ହେଲେ ଉଭୟ ଉପନିର୍ବାଚନରେ ଶୋଚନୀୟ ପରାସ୍ତ ହେଲା କଂଗ୍ରେସ । ଭାରତ ଯୋଡ଼ୋ ଯାତ୍ରା ପ୍ରଭାବ ଶୂନ୍ୟ ଦେଖିବାକୁ ମିଳିଲା । ଆଶା କରାଯାଉଥିଲା ଯେ ଯେଉଁ ସମର୍ଥନ ବିଭିନ୍ନ ରାଜ୍ୟରେ ରାହୁଲ ଗାନ୍ଧୀଙ୍କୁ ମିଳୁଛି ତାର କିଛି ଭାଗ ଓଡିଶା କଂଗ୍ରେସକୁ ମିଳିବ । ହେଲେ ସେମିତି କିଛି ସଫଳତା ଦେଖିବାକୁ ମିଳିଲା ନାହିଁ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.