ଭାରତୀୟ ବାୟୁସେନାରେ ଓଡ଼ିଆ ପୁଅ କିଶନ, ଝାରସୁଗୁଡା ପାଇଁ ଆଣିଲେ ଗୌରବ

author img

By

Published : Dec 31, 2022, 10:49 PM IST

Odia boy Kishan Pandey

ଓଡ଼ିଶା ତଥା ଝାରସୁଗୁଡା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ଓଡ଼ିଆ ପୁଅ କିଶନ ପାଣ୍ଡେ । ଯିଏକି ଭାରତୀୟ ବାୟୁସେନା (Indian Air Force)ରେ ଫ୍ଲାଇଙ୍ଗି ଅଫିସର ଭାବେ ନିଜ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଭାରତୀୟ ବାୟୁସେନାରେ ଓଡ଼ିଆ ପୁଅ କିଶନ, ଝାରସୁଗୁ଼ଡ଼ା ପାଇଁ ଆଣିଲେ ଗର୍ବ

ଝାରସୁଗୁଡ଼ା: ଭାରତୀୟ ବାୟୁସେନା(Indian Air Force)ରେ ସାମିଲ ହେଲେ ଝାରସୁଗୁଡା ଜିଲ୍ଲା ତଥା ଓଡ଼ିଆ ପୁଅ କପିଳ କିଶନ ପାଣ୍ଡେ । ସେ ଫ୍ଲାଇଙ୍ଗ ବ୍ରାଞ୍ଚ ଫାଇଟର ଷ୍ଟ୍ରିମ (Flying Branch fighter stream)ରେ ଗତ ୧୭ ଡିସେମ୍ବରରେ କୃତିତ୍ବ ହାସଲ କରବା ପରେ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର (Flying officer) ରୂପେ ଯୋଗ ଦେବାକୁ ଯାଉଛନ୍ତି । ଦୀର୍ଘ ୧ବର୍ଷର କଠିନ ତାଲିମ ପରେ ଏହି କର୍ମମୟ ଜୀବନ ଆରମ୍ଭ ହୋଇଛି । ତେବେ ସେ ଭାରତୀୟ ସେନାରେ ସାମିଲ ହୋଇଥିବା ବେଳେ ଏ ନେଇ ପରିବାର ସହିତ ଜିଲ୍ଲାବାସୀ ବେଶ ଗର୍ବ ଅନୁଭବ କରିଛନ୍ତି ।

ବାପା ବିଶିକେଶନ ପାଣ୍ଡେ ସରକାରୀ ଚାକିରୀରେ ଲଖନପୁରର ତହସିଲଦାର ରୂପେ ଅବସ୍ଥାପିତ ରହିଥିବା ବେଳେ ମାଆ କରୁଣା ପାଣ୍ଡେ ଗୃହିଣୀ ଅଟନ୍ତି । ଛୋଟ ବେଳୁ ହିଁ କପିଳ ସ୍ବଭାବରେ ପଢିବା ଓ ଆକାଶରେ ଉଡି ସୈନିକ ହୋଇ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବାର ସ୍ଵପ୍ନ ଦେଖିଥିଲେ । ଝାରସୁଗୁଡ଼ାରେ DAV ସ୍କୁଲରେ ୨୦୧୦ ପର୍ଯ୍ୟନ୍ତ ପଢିଥିଲେ । ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଭୁବନେଶ୍ବରର ସୈନିକ ସ୍କୁଲରେ ପଢିବା ପରେ ୨୦୧୪ରୁ ୨୦୧୮ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଡେରାଡୁନର ଇଣ୍ଡିଆନ ମିଲିଟାରୀ କଲେଜ (Indian military college)ରେ ପଢିଥିଲେ।

ଏହା ବି ପଢନ୍ତୁ- ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମ୍ମିଳନୀ

ସେହିପରି ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ପୁଣେର ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପାଠପଢା ସମାପ୍ତ କରିଥିଲେ । ଭାରତର ବାୟୁସେନାରେ ୨୦୧୮ ମସିହାରର ପ୍ରବେଶିକା ପରୀକ୍ଷା ଦେଇ ସର୍ବଭାରତୀୟ ମେରିଟ ଲିଷ୍ଟରେ ୩୩ନଂ ରାଙ୍କ ରଖିଥିଲେ । ଏକ ବର୍ଷର ହାଇଦ୍ରାବାଦରେ କଠିନ ତାଲିମ ନେବା ପରେ ୧୭ ଡିସେମ୍ବରରେ ନିଯୁକ୍ତି ପାଇ ସଫଳ ହୋଇଛନ୍ତି କପିଳ । ପାଠ ପଢିବା ସମୟରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜ ପାରଦର୍ଶିତାର ପରିଚୟ ସୃଷ୍ଟି କରିପାରିଥିଲେ । ଏହି ଖବର ଜାଣିବା ପରେ ଆଜି ଝାରସୁଗୁଡ଼ାରେ ତାଙ୍କ ବାସଭବନ କପିଲଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.