ଗିରଫ ଧମକରେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ 15 ଲକ୍ଷ ଠକେଇ, ବନ୍ଧା ହେଲା ଠକ

author img

By

Published : Sep 29, 2021, 12:34 PM IST

ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଠକେଇ ପଡିଲା ମହଙ୍ଗା, ବନ୍ଧା ହେଲେ ଯୁବକ

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ । ଅଭିଯୁକ୍ତଟି ଶିକ୍ଷକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

ଝାରସୁଗୁଡା: ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଯୁବକଙ୍କୁ ଗିରଫ କଲା ପୋଲିସ । ଘଟଣାଟି ହେଉଛନ୍ତି ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅନ୍ତର୍ଗତ ଶ୍ରୀପୁରା ଗ୍ରାମର । ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ଦୀକ୍ଷିତଙ୍କ(୮୩) ଠାରୁ ବିଭିନ୍ନ ଆଳରେ ଟଙ୍କା ଠକିଥିଲେ ସେହି ଗ୍ରାମର ଯୁବକ ଲକ୍ଷ୍ମୀଧର ପୋଢ । ଅଭିଯୋଗ ଆଧାରରେ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ନଗଦ ୪.୭ ଲକ୍ଷ ଓ ବ୍ୟାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଠକେଇ ପଡିଲା ମହଙ୍ଗା, ବନ୍ଧା ହେଲେ ଯୁବକ

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଶିକ୍ଷକ ଜଣକ ଘରେ ଏକା ରହୁଥିବାବେଳେ ବିଭିନ୍ନ ସମୟରେ ଯୁବକ ଲକ୍ଷ୍ମୀଧର ତାଙ୍କ ଘରକୁ ଯିବା ଆସିବା କରନ୍ତି । ଗତ ୪ତାରିଖରେ ଲକ୍ଷ୍ମୀଧର ଏକ ବ୍ୟାଗ୍‌ରେ କିଛି ଜିନିଷ ନେଇ ଶିକ୍ଷକଙ୍କ ଘରେ ରଖି କାଲି ନେବାକୁ କହିଥିଲେ । ପରଦିନ ସେ ଶିକ୍ଷକଙ୍କ ଘରକୁ ଆସି ବ୍ୟାଗ୍‌ ନେଇଥିଲେ ଏବଂ ପରେ ସେ ସେହି ବ୍ୟାଗରେ କଳା ଟଙ୍କା ଥିବା ଶିକ୍ଷକଙ୍କୁ ଜଣାଇଥିଲେ । ଏଥିସହ ଏହି ଟଙ୍କା ବ୍ୟାଗ୍‌ ନେଉଥିବାବେଳେ ସେ ପୋଲିସ ହାତରେ ଧରା ପଡିଛନ୍ତି ଓ ପୋଲିସକୁ ୨ ଲକ୍ଷ ଟଙ୍କା ଦେଲେ ସେ ତାଙ୍କ ଦୁଇ ଜଣଙ୍କୁ ଗିରଫ ନ କରି ଛାଡିଦେବ ବୋଲି ଅଭିଯୁକ୍ତ ପ୍ରସନ୍ନ ଦୀକ୍ଷିତଙ୍କୁ କହିଥିଲେ । ସେ ମଧ୍ୟ ଭୟଭୀତ ହୋଇ ଯୁବକଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ । ପରେ ଲକ୍ଷ୍ମୀଧର ଇନ୍‌କମ୍‌ ଟ୍ୟାକ୍ସ ବାହାନା କରି ପୁଣି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଗତ ୪ ରୁ ୨୩ ତାରିଖ ମଧ୍ୟରେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୫ ଲକ୍ଷ ଟଙ୍କା ଉଠାଇ ନେଇଥିଲେ ଲକ୍ଷ୍ମୀଧର । ପୁଣି ସେ ଶିକ୍ଷକଙ୍କ ଠାରୁ ୭୦ ହଜାର ଟଙ୍କା ଦାବି କରିଥିଲେ । ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନ ଥିବାରୁ ସେ ତାଙ୍କ ନାତିଙ୍କୁ ମାଗିଥିଲେ । ଏପଟେ ୨୦ ଦିନ ମଧ୍ୟରେ ୧୫ ଲକ୍ଷ ଟଙ୍କା ଉଠିଯିବା ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ଦେହ କରି ତାଙ୍କ ପୁଅଙ୍କୁ ଜଣାଇଥିଲେ ।

ବ୍ରଜରାଜନଗରରେ ରହୁଥିବା ପୁଅ ଘରକୁ ଆସି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ବାପା ଓ ପୁଅ ପୋଲିସରେ ଜଣାଇଥିଲେ । ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା ଲକ୍ଷ୍ମୀଧରଙ୍କୁ ଥାନାକୁ ଆଣି ପଚରାଉଚରା କଲା ପରେ ସେ ସତ ମାନିଥିଲା । ୧୫ ଲକ୍ଷରୁ ସେ ଘରେ ୪.୭ ଲକ୍ଷ ରଖିଥିବାବେଳେ ୪ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରଖିଥିଲେ । ବାକି ଟଙ୍କାରେ ଘରର ବିଭିନ୍ନ ଆସବାବପତ୍ର ଓ ଅଳଙ୍କାର କିଣି ଦେଇଥିବା କହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.