ସେପ୍ଟେମ୍ବର ୭ରେ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

author img

By

Published : Aug 29, 2022, 9:52 PM IST

koshal sena called for strike in western odisha

ପଶ୍ଚିମ ଓଡ଼ିଶାକୁ ବାରମ୍ବାର ସରକାରଙ୍କ ଉପେକ୍ଷା ଦାବି କରି ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲା କୋଶଳ ସେନା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାକୁ ବାରମ୍ବାର ସରକାର ଉପେକ୍ଷା କରୁଥିବା ନେଇ କୋଶଳ ସେନା ଦାବି କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ ସେନା (koshal sena called for strike in western odisha) । ଏନେଇ ଝାରସୁଗୁଡାରେ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ (koshal sena press meet in jharsuguda) ସୂଚନା ଦିଆଯାଇଛି ।

କୋଶଳ ସେନା ପକ୍ଷରୁ ଦିଆଯାଉଥିବା ଦାବି ପୂରଣ ନକରିବା ନେଇ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଳ ସେନା କହିଛି, "ସ୍ବତନ୍ତ୍ର କୋଶଳ ରାଜ୍ୟ ତିଆରି ପାଇଁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ବେଳେ ହସ୍ପିଟାଲ, ପନିପରିବା ଦୋକାନ ଭଳି ଜରୁରୀ ଅତ୍ୟାବଶ୍ୟକ ଜିନିଷ ଖୋଲା ରହିବ ।" ଏହା ବ୍ୟତୀତ ରାସ୍ତାଘାଟଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ବନ୍ଦ ରହିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର ୭ରେ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ଏହା ମଧ୍ୟ ପଢ଼ନ୍ତୁ: ସେପ୍ଟେମ୍ବର 7ରେ ବରଗଡ ବନ୍ଦ ଡାକରା

ସେହିପରି ଆସନ୍ତା ସେପ୍ଟେମ୍ବର 7ତାରିଖରେ କୋଶଳ ସେନା ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଘୋଷଣା କରାଯାଉ ବୋଲି କୋଶଳ ସେନା ଦାବି କରିଥିଲା । କିନ୍ତୁ ନୂଆଁଖାଇ ପାଇଁ 3 ଦିନର ଛୁଟି ନାମଞ୍ଜୁର କରାଯାଇଥିବାକୁ ବିରୋଧ କରି କୋଶଳ ସେନା ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି । ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ କୋଶଳ ସେନା ବନ୍ଦ ଡାକରା ନେଇ ସୂଚନା ଦେଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.