କୋଶଳକର୍ମୀଙ୍କୁ ଗିରଫ ଘଟଣା, ଆସନ୍ତାକାଲି SP ଅଫିସ ଘେରାଉ କରିବ କୋଶଳ ସେନା

author img

By

Published : Sep 26, 2022, 8:32 AM IST

ଆସନ୍ତା 27 ତାରିଖ ଝାରସୁଗୁଡା SPକାର୍ଯ୍ୟାଳୟ କୁ ଘେରାଉ

କୋଶଳ ରାଜ୍ୟ ଗଠନ ଦାବିରେ ଝାରସୁଗୁଡାରେ ବନ୍ଦ ପାଳନ ସମୟରେ କୋଶଳ ସେନାକର୍ମୀଙ୍କୁ ଗିରଫ କରାଯାଇଥିଲା । ଯାହାକୁ ବିରୋଧ କରି ଆସନ୍ତାକାଲି ତାରିଖରେ ଝାରସୁଗୁଡା ଏସପି କାର୍ଯ୍ୟାଳୟ ଘେରାଉ କରିବ କୋଶଳ ସଂଗଠନ । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ଆସନ୍ତାକାଲି(ମଙ୍ଗଳବାର) ଝାରସୁଗୁଡା ଏସପି କାର୍ଯ୍ୟାଳୟ ଘେରାଉ କରିବ କୋଶଳ ସଂଗଠନ । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କୋଶଳ ସେନା ପକ୍ଷରୁ ସୂଚନା ଦିଆଯାଇଛି (koshal sena press meet in jharsuguda) । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୭ ତାରିଖରେ କୋଶଳ ବନ୍ଦ ଡାକରା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସେପ୍ଟେମ୍ବର ୭ରେ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ଆସନ୍ତା ୨୭ରେ ଏସପି ଅଫିସ ଘେରାଉ କରିବ କୋଶଳ ସେନା

ସୂଚନାଅନୁସାରେ, କୋଶଳ ରାଜ୍ୟ ଗଠନ ଦାବିରେ ଗତ 7 ତାରିଖରେ ପଶ୍ଚିମ ଓଡ଼ିଶାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । କୋଶଳ ସେନା ପକ୍ଷରୁ ଏହି ବନ୍ଦ ଡାକରାକୁ ଝାରସୁଗୁଡା ବ୍ୟତିତ ପଶ୍ଚିମ ଓଡ଼ିଶାର 9ଟି ଜିଲ୍ଲାରେ ଏହାର ପ୍ରଭାବ ରହିଥିଲା । କିନ୍ତୁ ଝାରସୁଗୁଡାରେ ବନ୍ଦ କରାଯାଇଥିବା ସମୟରେ ଝାରସୁଗୁଡା ପୋଲିସ ସମସ୍ତ କୋଶଳ ସେନାକର୍ମୀଙ୍କୁ ଗିରଫ କରିଥିଲା । ଯାହାଫଳରେ ନିଜର ହକ ପାଇଁ ଲଢେଇ କରୁଥିବା ନାର୍ଯ୍ୟ ଦାବିରୁ ଦୂରେଇ ରଖାଯାଇଛି ବୋଲି କୋଶଳସେନା ଅଭିଯୋଗ କରିଥିଲା ।

ଏନେଇ କୋଶଳ ସେନା ସଦସ୍ୟ କହିଛନ୍ତି ଯେ, "ଝାରସୁଗୁଡା ଜିଲ୍ଲାରେ ପୋଲିସ ଜାଣି ଶୁଣି ଏହି ମହାବନ୍ଦକୁ ଭଣ୍ଡୁର କରିବା ପାଇଁ କୋଶଳ ସେନା ସଦସ୍ୟଙ୍କୁ ଆରମ୍ଭରୁ ଗିରଫ କରାଯାଇଥିଲା । ଏହା ଆମ ବିରୋଧରେ ଏକ ଷଡଯନ୍ତ୍ର । ଆମ ସେନାକୁ ଗିରଫ କରିବା କାରଣରୁ ଝାରସୁଗୁଡାରେ ମହାବନ୍ଦ ପ୍ରଭାବ ପଡିନଥିଲା । ତେବେ ପୋଲିସ ପ୍ରଶାସନ କେଉଁ ଚାପରେ ଏବଂ କାହା ଚାପରେ ଆସି ଏହି ପଦକ୍ଷେପ ଗ୍ରହଣ କରିଥିଲେ ତାହା ସ୍ପଷ୍ଟ କରନ୍ତୁ । ଏହାକୁ ନେଇ ଆମେ ଆସନ୍ତା ୨୭ ତାରିଖରେ କୋଶଳ ସେନା, କୋଶଳ ମୋର୍ଚ୍ଚା, କେଏମଏମ ସହ ଅନ୍ୟ ସଂଗଠନ ମିଶି ଝାରସୁଗୁଡା ଏସପି କାର୍ଯ୍ୟାଳୟ ଘେରାଉ କରିବୁ ।"

ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାକୁ ବାରମ୍ବାର ସରକାର ଉପେକ୍ଷା କରୁଥିବା ନେଇ କୋଶଳ ସେନା ଦାବି କରିଥିଲା । ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କୋଶଳ ସେନା । କୋଶଳ ସେନା ପକ୍ଷରୁ ଦିଆଯାଉଥିବା ଦାବି ପୂରଣ ନକରିବା ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା । କୋଶଳ ସେନା କହିଥିଲା ଯେ, "ସ୍ବତନ୍ତ୍ର କୋଶଳ ରାଜ୍ୟ ତିଆରି ପାଇଁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ବେଳେ ହସ୍ପିଟାଲ, ପନିପରିବା ଦୋକାନ ଭଳି ଜରୁରୀ ଅତ୍ୟାବଶ୍ୟକ ଜିନିଷ ଖୋଲା ରହିବ ।" ଏହା ବ୍ୟତୀତ ରାସ୍ତାଘାଟ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ବନ୍ଦ ରହିବ ।"


ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.