କୋଶଳକର୍ମୀଙ୍କୁ ଗିରଫ ଘଟଣା, କ୍ଷମା ନମାଗିଲେ ଏସପି ଅଫିସ ଘେରାଉ

author img

By

Published : Sep 12, 2022, 1:58 PM IST

କ୍ଷମା ନମାଗିଲେ ଏସପି ଅଫିସ ଘେରାଉ

କୋଶଳ ରାଜ୍ୟ ଗଠନ ଦାବିରେ ଝାରସୁଗୁଡାରେ ବନ୍ଦ ପାଳନ ସମୟରେ କୋଶଳ ସେନାକର୍ମୀଙ୍କୁ ଗିରଫ କରାଯାଇଥିଲା । ଯାହାକୁ ବିରୋଧ କରି ଦୃଢ ନିନ୍ଦା କରିଛି କୋଶଳ ସେନା । କ୍ଷମା ନମାଗିଲେ ଆଗକୁ ଏସପି ଅଫିସ ଘେରାଉ କରାଯିବା ନେଇ କୋଶଳ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ଝାରସୁଗୁଡା: କୋଶଳ ରାଜ୍ୟ ଗଠନ ଦାବିରେ ଗତ 7 ତାରିଖରେ ପଶ୍ଚିମ ଓଡ଼ିଶାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । କୋଶଳ ସେନା ପକ୍ଷରୁ ଏହି ବନ୍ଦ ଡାକରାକୁ ଝାରସୁଗୁଡା ବ୍ୟତିତ ପଶ୍ଚିମ ଓଡ଼ିଶାର 9ଟି ଜିଲ୍ଲାରେ ଏହାର ପ୍ରଭାବ ରହିଥିଲା କିନ୍ତୁ ଝାରସୁଗୁଡାରେ ବନ୍ଦ କରାଯାଇଥିବା ସମୟରେ ଝାରସୁଗୁଡା ପୋଲିସ ସମସ୍ତ କୋଶଳ ସେନାକର୍ମୀଙ୍କୁ ଗିରଫ କରିଥିଲା । ଯାହାଫଳରେ ନିଜର ହକ ପାଇଁ ଲଢେଇ କରୁଥିବା ନାର୍ଯ୍ୟ ଦାବିରୁ ଦୂରେଇ ରଖାଯାଇଛି ବୋଲି କୋଶଳସେନା ଅଭିଯୋଗ ଆଣିଛି ।

ଏହାମଧ୍ୟ ପଢନ୍ତୁ: କୋଶଳ ପ୍ରଦେଶ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

କ୍ଷମା ନମାଗିଲେ ଏସପି ଅଫିସ ଘେରାଉ

ପୋଲିସ ଓ ପ୍ରଶାସନ ଏହାକୁ ଏପରି ଜାଣିଶୁଣି କରି ଆନ୍ଦୋଳନକୁ ଭଣ୍ଡୁର କରିଥିବାରୁ ଏହାର ପ୍ରତିବାଦରେ ରାଜ୍ୟ କୋଶଲ ସେନା ସଂଗଠନ ପକ୍ଷରୁ ନିନ୍ଦା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି(koshal sena press meet in jharsuguda)। ରାଜ୍ୟ ସଭାପତି ଓ ରାଜ୍ୟ ନେତୃତ୍ୱରେ ଝାରସୁଗୁଡାରେ ସୋମବାର ଏକ ବୈଠକ କରି ଝାରସୁଗୁଡା ପୋଲିସର ଏପରି କାର୍ଯ୍ୟ କଳାପ ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରିବେ ଓ ପଶ୍ଚିମ ଓଡ଼ିଶାର ସମସ୍ତ SP ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛି କୋଶଳସେନା ।

କୋଶଳ ସେନାର ରାଜ୍ୟ ସଭାପତି କୌସ୍ତୁଭ ସାହୁ ଅଭିଯୋଗକରି କହିଛନ୍ତି ଯେ, ‘‘କୋଶଳ ରାଜ୍ୟ ଗଠନ ଦାବିରେ ଗତ 7 ତାରିଖ ଦିନ ଝାରସୁଗୁଡାରେ ବନ୍ଦ ଡାକରା ସମୟରେ ଯେପରି କୋଶଳ କର୍ମୀଙ୍କୁ ଗିରଫ କରାଗଲା ତାହାର ଆମେ ଦୃଢ ନିନ୍ଦା କରୁଛୁ । ଯେହେତୁ ଆମେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରୁଥିଲୁ ତାହାକୁ ରାଜନୀତିକରଣ କରି ସରକାରଙ୍କ ଚାପରେ ପଡି ଆମ କୋଶଳ ସଂଗ୍ରାମୀଙ୍କୁ ଗିରଫ କରିଥିଲେ । କ୍ଷମା ନ ମାଗିଲେ ଆଗକୁ ପଶ୍ଚିମ ଓଡ଼ିଶାର ସମସ୍ତ ଏସପି କାର୍ଯ୍ୟାଳୟ ଘେରାଉ ହେବ ।"

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନାର ଆହ୍ୱାନ କ୍ରମେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଏହାକୁ ସମର୍ଥନ ଜଣାଇ ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ବଲାଙ୍ଗୀର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ବନ୍ଦ ପାଳନ କରାଯାଇଛି । ନୂଆପଡ଼ା ଜିଲ୍ଲାରେ କୋଶଳ ମୁକ୍ତି ମୋର୍ଚ୍ଚା ଆହ୍ବାନରେ ରାଜ୍ୟ ଦଳିତ ଅଧିକାର ମଞ୍ଚ ସମର୍ଥନ ଜଣାଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳରେ ବନ୍ଦ ପ୍ରଭାବ ଦେଖାଦେଇଥିଲା । ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବା ପାଇଁ କୋଶଳସେନା ଆହ୍ୱାନ ଦେଇଥିଲା । ବିଭିନ୍ନ ସ୍ଥାନରେ କୋଶଳ ସେନା ପକ୍ଷରୁ ପିକେଟିଂ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ସମୁଦାୟ ୭୩ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରାାଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.