ଝାରସୁଗୁଡା ଟ୍ରିପଲ ମର୍ଡର: କୂଅରୁ ନିଖୋଜ ସ୍ବାମୀର ମୃତଦେହ ମିଳିବା ପରେ ସ୍କାନରରେ ଦିଅର

author img

By

Published : Sep 23, 2021, 5:25 PM IST

ଝାରସୁଗୁଡା ଟ୍ରୀପଲ ମର୍ଡର ଘଟଣା: କୂଅରୁ ନିଖୋଜ ସ୍ବାମୀର ମୃତଦେହ ମିଳିବା ପରେ ସ୍କାନରରେ ଦିଅର

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଟ୍ରିପଲ ହତ୍ୟାକାଣ୍ଡରେ ନୂଆ ସସ୍ପେନ୍ସ । କୂଅରୁ ଠାବ ହେଲା ନିଖୋଜ ସ୍ବାମୀର ମୃତଦେହ । ପୋଲିିସ ସ୍କାନରରେ ମହିଳାଙ୍କ ଦିଅର । ଅଧିକ ପଢନ୍ତୁ....

ଝାରସୁଗୁଡା: ବ୍ରଜରାଜନଗର ଥାନା ଗଙ୍ଗାନଗର ଟ୍ରିପଲ ମର୍ଡର ଘଟଣାରେ ବଢିବାରେ ଲାଗିଛି ସସ୍ପେନ୍ସ । ଗତକାଲି ଗଙ୍ଗାନଗର ଫାଟକ ପଦାସ୍ଥିତ ଏକ ଘରୁ ଜଣେ ମହିଳା ଏବଂ ତାଙ୍କର ୨ ଜଣ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ମହିଳାଙ୍କ ସ୍ବାମୀ ନିଖୋଜ ଥିବାବେଳେ ଆଜି ଘର ନିକଟସ୍ଥ ଏକ କୂଅରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସ୍ବାମୀ ହିଁ 2 ସନ୍ତାନ ଓ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉ ଥିବାବେଳେ ସ୍ବାମୀଙ୍କ ମୃତଦେହ କୂଅରୁ ମିଳିବା ମର୍ଡର ମିଷ୍ଟ୍ରୀର ରହସ୍ୟକୁ ବଢାଇଛି । ଏପରି ଘଟଣାକ୍ରମରେ ପୋଲିସ ସ୍କାନରକୁ ଆସିଛି ମୃତ ମହିଳାଙ୍କ ଦିଅର ।

ଝାରସୁଗୁଡା ଟ୍ରୀପଲ ମର୍ଡର ଘଟଣା: କୂଅରୁ ନିଖୋଜ ସ୍ବାମୀର ମୃତଦେହ ମିଳିବା ପରେ ସ୍କାନରରେ ଦିଅର

ଗତକାଲି ସୋନି ପୋଦାର, ପାଞ୍ଚ ବର୍ଷୀୟା ଝିଅ ରାଧିକା ,ତିନି ବର୍ଷୀୟା ଝିଅ ମୁସ୍କାନର ମୃତଦେହ ମିଳିଥିଲା। ଟ୍ରିପଲ୍ ମର୍ଡର ଘଟଣା ପରେ ସ୍ବାମୀ ଫେରାର ଥିବାରୁ ସ୍ବାମୀ ନାରାୟଣ ପୋଦାର ହିଁ ହତ୍ୟାକାରୀ ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ସ୍ବାମୀ ନାରାୟଣଙ୍କ ମୃତଦେହ କୂଅରୁ ଠାବହେବା ପରେ ହତ୍ୟାକାଣ୍ଡ ଭିନ୍ନ ମୋଡ ନେବାରେ ଲାଗିଛି । ତେବେ ଏହି ଘଟଣାରେ ମୃତ ମହିଳାଙ୍କ ଦିଅରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଜି ଘଟଣାସ୍ଥଳକୁ ପୁଣି ପୋଲିସ ଯାଇ ତଦନ୍ତ ଚଳାଇଛି । ପୂର୍ବରୁ ମହିଳା ନିଜ ଦିଅରଙ୍କ ନାମରେ ଥାନାରେ ଏତଲା ଦେବା ସହ ସମ୍ପୃକ୍ତ ଦିଅର ମଧ୍ୟ ଗିରଫ ହୋଇ ବେଲରେ ଆସିଥିବା ପୋଲିସ କହିଛି । ଏବେ ବି କୂଅରେ ମୃତ ନାରାୟଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.