ପ୍ରଦୂଷଣରେ ଅଣନିଶ୍ବାସୀ ଝାରସୁଗୁଡ଼ାବାସୀ, ପୋଖରୀରେ ମାଛ ମଡକ

author img

By

Published : Sep 16, 2021, 8:44 AM IST

ପ୍ରଦୂଷଣରେ ଅଣନିଶ୍ବାସୀ ଝାରସୁଗୁଡ଼ାବାସୀ, ପୋଖରୀରେ ମରି ଭାସୁଛନ୍ତି ମାଛ

ପ୍ରଦୂଷଣରେ ଅଣନିଶ୍ବାସୀ ଝାରସୁଗୁଡ଼ାବାସୀ । କାରଣ ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟବସ୍ତୁ ମିଶ୍ରିତ ଜଳକୁ ବିଭିନ୍ନ ନର୍ଦ୍ଦମା, ଜଳାଶୟକୁ ଛାଡି ଦିଆଯାଉଛି । ଯଦ୍ବାରା ପୋଖରୀରେ ଥିବା ବହୁ ସଂଖ୍ୟାରେ ଛୋଟ ବଡ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଝାରସୁଗୁଡ଼ା: ପ୍ରଦୂଷଣରେ ଅଣନିଶ୍ବାସୀ ଝାରସୁଗୁଡ଼ାବାସୀ । କାରଣ ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟବସ୍ତୁ ମିଶ୍ରିତ ଜଳକୁ ବିଭିନ୍ନ ନର୍ଦ୍ଦମା, ଜଳାଶୟକୁ ଛାଡି ଦିଆଯାଉଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଦୁଇଦିନର ଲଗାଣ ବର୍ଷା ଫଳରେ ଝାରସୁଗୁଡା ସହରର ନର୍ଦ୍ଦମା ପାଣି ଓ ଅନ୍ୟ ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁ ମିଶ୍ରିତ ଜଳକୁ ଅନାୟାସରେ ଛାଡି ଦିଆଯାଉଥିବା ଯୋଗୁଁ ତାହା ପୁରୁଣାବସ୍ତିରେ ରହିଥିବା ପୋଖରୀରେ ଆସି ମିଶିଛି । ଯଦ୍ବାରା ପୋଖରୀରେ ଥିବା ବହୁ ସଂଖ୍ୟାରେ ଛୋଟ ବଡ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।

ପ୍ରଦୂଷଣରେ ଅଣନିଶ୍ବାସୀ ଝାରସୁଗୁଡ଼ାବାସୀ, ପୋଖରୀରେ ମରି ଭାସୁଛନ୍ତି ମାଛ

ତେବେ ସକାଳୁ ସ୍ଥାନୀୟ ଲୋକେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ମଲା ମାଛ ଭାସୁଥିବା ଦେଖିଥିଲେ । ଏପଟେ ମାଛ ମରିବାକୁ ନେଇ ପୁରୁଣାବସ୍ତି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଦେବା ସହ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଘଟଣାର ଯଥାଶୀଘ୍ର ତଦନ୍ତ କରି ସହରରୁ ପାଣି ନିଷ୍କାସନ ପାଇଁ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.