ଝାରସୁଗୁଡ଼ା ପୌରାଞ୍ଚଳରେ ଫେଲ୍ ମାରିଛି ଆବାସ ଯୋଜନା

author img

By

Published : Sep 18, 2022, 10:46 PM IST

ଝାରସୁଗୁଡ଼ା ପୌରାଞ୍ଚଳରେ ଫେଲ୍ ମାରିଛି ଆବାସ ଯୋଜନା

ଝାରସୁଗୁଡ଼ା ପୌରାଞ୍ଚଳ ୱାର୍ଡ ନଂ ୧୫ରେ ଥିବା ଆଦିବାସୀ ବହୁଳ ଗୁଜାପଡା ଗାଁରେ ଆବାସ ଯୋଜନା ଫେଲ୍ ମାରିଛି । ପ୍ରାୟ ୧୫୦ ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ଆବାସ ଯୋଜନା ଆସିପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ପୌରାଞ୍ଚଳରେ ଫେଲ୍ ମାରିଛି ଆବାସ ଯୋଜନା । ଅନେକ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଝାରସୁଗୁଡ଼ା ପୌରାଞ୍ଚଳ ୱାର୍ଡ ନଂ ୧୫ରେ ରହିଛି ଆଦିବାସୀ ବହୁଳ ଗାଁ ଗୁଜାପଡା । ତେବେ ଏଠାକୁ ପକ୍କା ରାସ୍ତା ଖଣ୍ଡିଏ ନଥିବା ବେଳେ ବସ୍ତିରେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଲେ କାଉନ୍ସିଲର ।

ଝାରସୁଗୁଡ଼ା ପୌରାଞ୍ଚଳରେ ଫେଲ୍ ମାରିଛି ଆବାସ ଯୋଜନା

ସରକାର ଲୋକଙ୍କ ସୁବିଧା ପାଇଁ ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ ଯୋଜନା କେବଳ ଯୋଜନାରେ ହିଁ ରହିଯାଇଛି । ଲୋକଙ୍କ କାମରେ ଆସୁନାହିଁ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ପୌରାଞ୍ଚଳ ୱାର୍ଡ ନଂ ୧୫ରେ ରହିଥିବା ଆଦିବାସୀ ବହୁଳ ଗାଁ ଗୁଜାପଡାରେ । ଏହି ବସ୍ତିରେ ୧୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ତେବେ ଏଠାକୁ ପକ୍କା ରାସ୍ତା ଖଣ୍ଡିଏ ନଥିବା କିଛିଦିନ ପୂର୍ବରୁ ଇଟିଭିରେ ଖବର ପ୍ରସାରଣ ହୋଇଥିଲା । ସେହିଭଳି ଏହି ଗାଁରେ ଲୋକେ ମାଟି ଘରେ ରହୁଥିବା ବେଳେ ଲୋକଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଏମିତି ଚାଲିଛି ବିକାଶ: ଗୁଜପଡା ଗାଁକୁ ନାହିଁ ରାସ୍ତା, ଯାତାୟତ ପାଇଁ ହୀନସ୍ତା ଲୋକେ

ଗରିବ ଆଦିବାସୀମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ଆବଶ୍ୟକ ରହିଥିବା ବେଳେ ମିଳୁଛି କେବଳ ପ୍ରତିଶ୍ରୁତି । ବାରମ୍ବାର ପୌରପରିଷଦର ଦ୍ବାରସ୍ତ ହେଉଛନ୍ତି ହିତାଧିକାରୀ । କିନ୍ତୁ କେବଳ ପ୍ରତିଶ୍ରୁତି ନେଇ ଫେରୁଛନ୍ତି । ଶେଷରେ ସରକାର ଓ ଜିଲ୍ଲା ପ୍ରଶାସନ ଉପରୁ ବିଶ୍ବାସ ଭରସା ହରାଇ ବସିଛନ୍ତି ହିତାଧିକାରୀ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ତ ହୋଇ ନୟାନ୍ତ ହୋଇପଡିଛନ୍ତି ଲୋକେ ।

ସେପଟେ ଏନେଇ ୱାର୍ଡ ନଂ୧୫ର କାଉନ୍ସିଲର ଝରଣା ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, "ଏହି ଆବାସ ଯୋଜନାରେ ୩ଟି ପର୍ଯ୍ୟାୟରେ ଟଙ୍କା ଆସିଥାଏ । କିଛି ଲୋକଙ୍କର ୨ଟି ପର୍ଯ୍ୟାୟର ଟଙ୍କା ଆସିଥିବା ବେଳେ ୩ୟ ପର୍ଯ୍ୟାୟ ବାକି ରହିଛି । ଯେଉଁମାନଙ୍କର ହୋଇନାହିଁ, ସେମାନଙ୍କ ନାମରେ ଯଦି ସେହି ଜାଗାର ପଟ୍ଟା ଥିବ, ତେବେ ଏହା ହୋଇପାରିବ ।" ତେବେ ବିଭାଗୀୟ ଅଧିକାରୀ ଓ ଝାରସୁଗୁଡ଼ା ପୌରପରିଷଦର ପୌରାଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.