ଚାଷୀଙ୍କ ପାଇଁ ସରକାର ପ୍ରସ୍ତୁତ, ଜିଲ୍ଲାରେ ବଢ଼ିବ ଉଠା ଜଳସେଚନ ପ୍ରକଳ୍ପ

author img

By

Published : Sep 9, 2022, 12:26 PM IST

ଚାଷୀଙ୍କ ପାଇଁ ସରକାର ପ୍ରସ୍ତୁତ, ଜିଲ୍ଲାରେ ବଢ଼ିବ ଉଠା ଜଳସେଚନ ପ୍ରକଳ୍ପ ଓ ଜଳ ସେଚନ

ଚାଷୀଙ୍କୁ ମିଳିବ ଜଳସେଚନର ସୁବିଧା । ଝାରସୁଗୁଡ଼ାରେ ବଢ଼ିବ ଉଠା ଜଳସେଚନ ପ୍ରକଳ୍ପ । ଲିଫ୍ଟ ଇରିଗେସନ ଦ୍ବାରା ଚାଷୀ ପାଇପାରିବେ ଜଳସେଚନର ସୁବିଧା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ଚାଷୀଙ୍କୁ ମିଳିବ ଜଳସେଚନର ସୁବିଧା । ବଢ଼ିବ ଉଠାଜଳସେଚନ ପ୍ରକଳ୍ପର ସଂଖ୍ୟା । ଆଉ ହେବନି ଚାଷୀଙ୍କୁ ଜଳସେଚନରେ କୌଣସି ଅସୁବିଧା । ଏଭଳି କିଛି ମନ୍ତବ୍ୟ ଆସିଛି ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା DMF କକ୍ଷରେ ଚାଲିଥିବା ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ।

ଚାଷୀଙ୍କ ପାଇଁ ସରକାର ପ୍ରସ୍ତୁତ, ଜିଲ୍ଲାରେ ବଢ଼ିବ ଉଠା ଜଳସେଚନ ପ୍ରକଳ୍ପ ଓ ଜଳ ସେଚନ

ସୂଚନାନୁସାରେ ଜିଲ୍ଲାରେ ୨୦୦୯ରେ ୯ ପ୍ରତିଶତ ଉଠାଜଳସେଚନ ପ୍ରକଳ୍ପ ରହିଥିଲା । କିନ୍ତୁ ବର୍ତ୍ତମାନ ଅର୍ଥାତ୍ ୨୦୨୨ ସୁଦ୍ଧା ଏହା ୨୨ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଜିଲ୍ଲାର ଚାଷୀଙ୍କ ପାଇଁ ଅତ୍ୟନ୍ତ ଶୁଭ କଥା । ଏହି ଲିଫ୍ଟ ଇରିଗେସନ ଏବଂ ମେଗା ଲିଫ୍ଟ ଇରିଗେସନ ଦ୍ବାରା ଚାଷୀ ପାଇପାରିବେ ଜଳସେଚନର ସୁବିଧା । ତେଣୁ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିର୍ମାଣ କରି ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯିବ । ତେବେ ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ପ୍ରଭାବିତ ହେଉଥିବା ଚାଷୀଙ୍କ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା କରାଯିବ । ନଚେତ ପ୍ରକଳ୍ପ ନିର୍ମାଣର ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନବକିଶୋର ଦାସ । ତେବେ କୃଷି ଓ କୃଷକଙ୍କ ପାଇଁ ଉଠାଜଳସେଚନ ପ୍ରକଳ୍ପ ଓ ଜଳସେଚନ ପାଇଁ କିଭଳି ପଦକ୍ଷେପ ନିଆଯାଇ ହେବ ତାହାକୁ ନେଇ ଆଲୋଚନା କରାଯାଇଥିଲା ।

ଚାଷଜମିକୁ ଜଳସେଚନ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ଉଠା ଜଳସେଚନ ପ୍ରକଳ୍ପ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ମାଟିରେ ମିଶିଯିବାକୁ ବସିଲାଣି ଏହି ପ୍ରକଳ୍ପ । ଏବେ ଚେକ ଡ୍ୟାମ କିଭଳି ଠିକ୍ ହୋଇ ରହିବ ଏହାସହ ଦୁଇଟି ପ୍ରୋଜେକ୍ଟ ଅର୍ଥାତ ଇବ ନଦୀ ପାଖରେ ଥିବା ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟଟି ଲଖନପୁରରେ ଥିବା ଐରାଜୋର ନିକଟରେ ଥିବା ଜଳସେଚନ ପ୍ରକଳ୍ପ କାମ କରିବ ସେ ବିଷୟରେ ଚିନ୍ତା କରିଛନ୍ତି ସରକାର ।

ତେବେ ଆଜିର ଏହି ବୈଠକ ପରେ ଝାରସୁଗୁଡ଼ାରେ ଚାଷୀଙ୍କ ପାଇଁ ଥିବା ଜଳସେଚନ ପ୍ରକଳ୍ପ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ନବକିଶୋର ଦାସ । ତେବେ ଏହି ପ୍ରକଳ୍ପର କାମକୁ ଖୋଦ୍ ମୁଁ ନିଜେ ତଦାରଖ କରିବି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । ଏହା ହେବାପରେ ଚାଷୀ ମାନେ ଲାଭବାନ ହେବେ । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ୍ଜ, ଉପାଧ୍ୟକ୍ଷ ଅକ୍ଷୟ ସାହୁଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ଇଟିଭି ଭାରତ,ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.