ଝାରସୁଗୁଡା ଜିଲ୍ଲାର ୨୯ତମ ପ୍ରତିଷ୍ଠା ଦିବସ ପାଳିତ, ୧୪ରୁ ଜିଲ୍ଲା ମହୋତ୍ସବ

author img

By

Published : Jan 1, 2023, 5:50 PM IST

ଝାରସୁଗୁଡା ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ

ଝାରସୁଗୁଡା ଜିଲ୍ଲାର ୨୯ତମ ପ୍ରତିଷ୍ଠା ଦିବସ ପାଳିତ । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବରଗଡ଼ ସାଂସଦ, ବ୍ରଜରାଜନଗର ବିଧାୟିକା, ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଯୋଗଦେଇଥିଲେ । ଚଳିତ ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ୫ଦିନ ବ୍ୟାପି ଏହି ଜିଲ୍ଲା ସମାରୋହ ପାଳିତ ହେବ । ଅଧିକ ପଢ଼ନ୍ତୁ

ଝାରସୁଗୁଡା ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ

ଝାରସୁଗୁଡା: ଆଜି ଝାରସୁଗୁଡା ଜିଲ୍ଲାକୁ ୨୯ ବର୍ଷ ପୂରଣ ହେଲା । ଏନେଇ ଝାରସୁଗୁଡା ମନମୋହନ ସ୍କୁଲ ପଡ଼ିଆରେ ଝାରସୁଗୁଡା ଜିଲ୍ଲାର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମେତ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଓ SP ରାହୁଲ ଜୈନ ପ୍ରମୁଖ ଯୋଗଦେଇଥିଲେ ।

ଝାରସୁଗୁଡା ଜିଲ୍ଲାର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆରେ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି , ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଓ SP ରାହୁଲ ଜୈନ ମଞ୍ଚାସିନ ଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ଓ ଝାରସୁଗୁଡାର ବିକାଶକୁ ଆଗେଇ ନିଆଯିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ, ଉପସ୍ଥିତ ସାଂସଦ ଓ ବିଧାୟିକା କହିଥିଲେ । ଏହି ଅବସରରେ ସମ୍ବଲପୁର ନାଚ ଓ ଗୀତ ପରିବେଷଣ ହୋଇଥିଲା । ଚଳିତ ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ୫ ଦିନ ବ୍ୟାପି ସରବାହାଲ ସ୍କୁଲ ପଡିଆରେ ଏହି ଜିଲ୍ଲା ସମାରୋହ ପାଳିତ ହେବ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.