Hockey World Cup Tour: ଝାରସୁଗୁଡାରେ ପହଁଞ୍ଚିଲା ହକି ବିଶ୍ବକପ ଟ୍ରଫି, କରାଗଲା ଭବ୍ୟ ସ୍ବାଗତ

author img

By

Published : Jan 4, 2023, 8:30 PM IST

ଝାରସୁଗୁଡାରେ ହକି ବିଶ୍ବକପ ଟ୍ରଫିକୁ ବିପୁଳ ସ୍ବାଗତ

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ବିଶ୍ବକପ ଟ୍ରଫି ଭ୍ରମଣ କରୁଛି । ହକି ବିଶ୍ବକପ ଟୁର ଆଜି ଝାରସୁଗୁଡାରେ ପହଁଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଅଧିକ ପଢନ୍ତୁ

Hockey World Cup Tour : ଝାରସୁଗୁଡାରେ ପହଁଞ୍ଚିଲା ହକି ବିଶ୍ବକପ, କରାଗଲା ଭବ୍ୟ ସ୍ବାଗତ

ଝାରସୁଗୁଡ଼ା : ହକି ବିଶ୍ବକପ ଟୁର ଆଜି(ବୁଧବାର) ଝାରସୁଗୁଡା ଜିଲ୍ଲାରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ବିଶ୍ବକପକୁ ସ୍ବାଗତ କରାଯାଇଥିଲା । ପରେ ହକି ବିଶ୍ବକପ ଟ୍ରଫିକୁ ନେଇ ସହର ପରିକ୍ରମା କରାଯାଇଥିଲା । ଜନସାଧାରଣ ବେଶ ଉତ୍ସାହର ସହିତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ହକି ବିଶ୍ବକପର ପ୍ରଚାରପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହକି ବିଶ୍ବକପ୍‌ ଟ୍ରଫି ଟୁର୍‌ ଆରମ୍ଭ ହୋଇଛି । ରାଜ୍ୟରେ ହକି ବିଶ୍ବକପ ପରିକ୍ରମା ଜାରି ରହିଥିବା ବେଳେ ଆଜି ଏହା ଝାରସୁଗୁଡା ଜିଲ୍ଲାରେ ପହଁଞ୍ଚିଥିଲା । ସାରା ରାଜ୍ୟରେ ହକି କ୍ରେଜ୍‌ ଦେଖିବାକୁ ମିଳୁଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ବକପକୁ ନେଇ ଉତ୍ସାହ ଦେଖା ଦେଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ବିଶ୍ବକପ ଟ୍ରଫି ଭ୍ରମଣ କରୁଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶା ଏହାର ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ଝାରସୁଗୁଡାର ବଡମାଲ ଛକ, ସୁନାରୀମୁଣ୍ଡା ଛକ, ସରବାହାଲସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆନନ୍ଦ ୱାର୍ଲଡ, ମନମୋହନ ସ୍କୁଲ, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବଢ଼େଇମୁଣ୍ଡା ଓ କୋଲାବିରା ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଟ୍ରଫିକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାଲିଡିହିଠାରେ ଏହି ଟ୍ରଫିକୁ ଦେବଗଡ଼ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ।

ସେପଟେ ଓଡ଼ିଶା ଦ୍ଵିତୀୟ ଥର ହକିର ବିଶ୍ବକପ ଆୟୋଜନ କରୁଥିବାରୁ ସମସ୍ତେ ଗର୍ବ ଅନୁଭବ କରୁଥିବାର କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ବିଶ୍ବକପକୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଓ ଖୁସି ଥିବାର ମଧ୍ୟ କହିଥିଲେ ଜିଲ୍ଲାପାଳ । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ବକପ ଟ୍ରଫି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡ଼ିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର ।

କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.