Hockey World Cup: ଝାରସୁଗୁଡାରୁ ସ୍ୱତନ୍ତ୍ର ବସ୍ ଯୋଗେ ରାଉରକେଲା ଗଲା ଭାରତୀୟ ଦଳ

author img

By

Published : Dec 27, 2022, 9:34 PM IST

ଝାରସୁଗୁଡାରେ ଭାରତୀୟ ହକି ଦଳକୁ ଭବ୍ୟ ସ୍ବାଗତ

ଭାରତୀୟ ପୁରୁଷ ହକି ଦଳ ହକି ବିଶ୍ବକପ ପାଇଁ ଆଜି (ମଙ୍ଗଳବାର) ସକାଳୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମ୍‌ ଭୁବନେଶ୍ବରରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନରେ ପହଞ୍ଚିଥିଲା । ଅଧିକ ପଢନ୍ତୁ

Hockey World Cup : ଝାରସୁଗୁଡାରୁ ସ୍ବତନ୍ତ୍ର ବସ୍ ଯୋଗେ ରାଉରକେଲା ଗଲେ ଭାରତୀୟ ଦଳ

ଝାରସୁଗୁଡା: ପାଖେଇ ଆସୁଛି ହକି ମହାକୁମ୍ଭ । ଦିନ ଯେତିକି ପାଖଉଛି ଉତ୍ସାହ ମଧ୍ୟ ସେତିକି ବଢୁଛି । ବିଶ୍ବକପ ପାଇଁ ଝାରସୁଗୁଡାରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍‌ । FIH ପୁରୁଷ ହକି ବିଶ୍ବକପ ପାଇଁ ଝାରସୁଗୁଡାରେ ପହଞ୍ଚିଛି ଭାରତୀୟ ଟିମ ( Hockey World Cup ) । ହରମନପ୍ରୀତଙ୍କ ନେତୃତ୍ବରେ ଦଳରେ ଅଛନ୍ତି 18 ଖେଳାଳି । ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ ମଧ୍ୟ ଆସିଛନ୍ତି । ଦଳରେ 2 ଓଡିଆ ଖେଳାଳି ସାମିଲ ଅଛନ୍ତି । ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ବିଶ୍ବକପ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ । ରାଉରକେଲାରେ ଅଭ୍ୟାସ କରିବ ଦଳ ।

ହକି ବିଶ୍ବକପ୍‌-୨୦୨୩ ପାଇଁ ପ୍ରସ୍ତୁତି ‌ଜୋରଦାର ଚାଲିଛି । ଭାରତୀୟ ପୁରୁଷ ହକି ଦଳ ହକି ବିଶ୍ବକପ ପାଇଁ ଆଜି (ମଙ୍ଗଳବାର) ସକାଳୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମ୍‌ ଭୁବନେଶ୍ବରରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନରେ ପହଞ୍ଚିଥିଲା । ଝାରସୁଗୁଡାରେ ପହଞ୍ଚିବା ପରେ ଟିମ ଇଣ୍ଡିଆକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଝାରସୁଗୁଡାରୁ ରାଉରକେଲାକୁ ସ୍ଵତନ୍ତ୍ର ବସ ଯୋଗେ ଦଳ ବାହାରିଥିଲା । ଆସନ୍ତା ଜାନୁୟାରୀ ୧୩ରେ ସ୍ପେନ ଓ ୧୫ରେ ଇଂଲଣ୍ଡ ଦଳକୁ ରାଉରକେଲା ହକି ଷ୍ଟାଡିୟମରେ ଭେଟିବ ଟିମ ଇଣ୍ଡିଆ ।

ଭାରତୀୟ ଟିମ

ଜମନପ୍ରିତ୍ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତରୋହି ଦାସ (ଉପଅଧିନାୟକ) ନୀଲମ ସଞ୍ଜୀପ, କ୍ରିଷ୍ଣା ବାହାଦୂର ପାଠକ (ଗୋଲକିପର), ଶ୍ରୀଜେସ୍ ପାରାଟ୍ଟୁ ରଭିନ୍ଦ୍ରନ (ଗୋଲକିପର), ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମସେର୍ ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଶୁଖଜୀତ୍‌ ସିଂହ, ରାଜକୁମାର ପାଲ୍‌, ଜୁଗ୍‌ରାଜ୍‌ ସିଂହ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.