ଝାରସୁଗୁଡ଼ାରେ ପୂର୍ଣ୍ଣାଙ୍ଗ ଷ୍ଟାଡିୟମର ପରିକଳ୍ପନା, OCAକୁ ମିଳିଲା ଦାୟିତ୍ବ

author img

By

Published : Sep 15, 2021, 2:05 PM IST

ଝାରସୁଗୁଡ଼ା ପୂର୍ଣ୍ଣାଙ୍ଗ ଷ୍ଟାଡିୟମର ପରିକଳ୍ପନା

ଝାରସୁଗୁଡ଼ାରେ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମର ପରିକଳ୍ପନା ହୋଇଛି । ଜିଲ୍ଲାପାଳଙ୍କ ସହିତ ଓସିଏ କର୍ମକର୍ତ୍ତାଙ୍କ ଏକ ବୈଠକ ବସିଛି । ଜିଲ୍ଲାରେ ଥିବା ଷ୍ଟାଡିୟମର କଣ ଉନ୍ନତି କଲେ ସେଠାରେ ଆସନ୍ତା ରଣଜୀ ଟ୍ରଫି ମ୍ୟାଚ ଖେଳାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଝାରସୁଗୁଡା: ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳଙ୍କ ସହିତ ଓସିଏ କର୍ମକର୍ତ୍ତାଙ୍କ ଏକ ବୈଠକ ବସିଛି । ଜିଲ୍ଲାରେ ଥିବା ଷ୍ଟାଡିୟମର କଣ ଉନ୍ନତି କଲେ ସେଠାରେ ଆସନ୍ତା ରଣଜୀ ଟ୍ରଫି ମ୍ୟାଚ ଖେଳାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ଝାରସୁଗୁଡ଼ା ପୂର୍ଣ୍ଣାଙ୍ଗ ଷ୍ଟାଡିୟମର ପରିକଳ୍ପନା

ଝାରସୁଗୁଡ଼ାରେ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମର ପରିକଳ୍ପନା କରାଯାଉଛି । ଓସିଏକୁ ପଡ଼ିଆର ଉନ୍ନତିକରଣ, ଗ୍ୟାଲେରୀରେ ଛାତ, ଫ୍ଲଡ୍‌ଲାଇଟ୍, ଖେଳାଳିଙ୍କ ଡ୍ରେସିଂ ରୁମ, ପଡ଼ିଆରେ ଘାସ ଲଗାଯିବା, ଟପିଂ ପିନ୍ ତିଆରି ଆଦି କାର୍ଯ୍ୟ ପାଇଁ ଆବଶ୍ୟକ ବୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଯାଇଛି । ଜିଲ୍ଲା ମାଲିମୁଣ୍ଡା ପାଖରେ ନବ ନିର୍ମିତ ଷ୍ଟାଡିଅମରେ ଏସବୁ ବ୍ୟବସ୍ଥା ସହ ଆସନ୍ତା ୨୦୨୩ ସୁଦ୍ଧା ଜାତୀୟସ୍ତରର କ୍ରିକେଟ ମ୍ୟାଚ ଆୟୋଜନ ଲାଗି ଯୋଗ୍ୟତା ଅର୍ଜନ କରିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ମହାମାରୀ କୋରୋନା ଯୋଗୁଁ ଝାରସୁଗୁଡ଼ାର ପ୍ରଗତିରେ ବାଧା ପହଞ୍ଚିଛି ସତ ହେଲେ ଆଗକୁ ବିକାଶ କାର୍ଯ୍ୟକୁ ତ୍ବରିତ କରାଯିବା ସହ ଷ୍ଟାଡିୟମ ପୂର୍ଣ୍ଣାଙ୍ଗ ରୂପ ନେବା ଦିଗରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ କାର୍ଯ୍ୟ ଆଗେଇ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡ଼ିଶାରେ କ୍ରୀଡ଼ାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ଝାରସୁଗୁଡ଼ା କେବେ ବି ପଛରେ ରହିବ ନାହିଁ । ଅର୍ଥର ଆବଶ୍ୟକତାକୁ ପୂରଣ କରାଯିବା ସହ କ୍ରୀଡ଼ା ଭିତ୍ତିଭୂମି ସ୍ଥାପନ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଓସିଏର ଗ୍ରାଉଣ୍ଡ ଟେକ୍ନିକାଲ କମିଟି ଅଧ୍ୟକ୍ଷ ଧୀରେନ ପଲେଇ, ଦେବାଶିଷ ପାଢ଼ୀ, ଇଂ. ବିଷ୍ଣୁ ପ୍ରସାଦ ମହାପାତ୍ର, ହୃଷୀକେଶ ସିଂ ପ୍ରମୁଖ ଆଲୋଚନାରେ ଭାଗ ନେଇ ଗ୍ରାଉଣ୍ଡର ସର୍ଭେ କରାଯାଇଥିବା ସଂପର୍କରେ ଜଣାଇଛନ୍ତି । ପଡ଼ିଆର ଉନ୍ନତିକରଣ ଲାଗି ବିଭିନ୍ନ ପ୍ରସ୍ତାବ ରଖଛନ୍ତି । କଟକ ବାରବାଟୀ ଷ୍ଟାଡିଅମଠାରୁ ଏହି ପଡିଆରେ ଅଧିକ ସ୍ଥାନ ରହିଛି । ବାରବାଟୀ ୨୬ ଏକର ହୋଇଥିବାବେଳେ ଝାରସୁଗୁଡା ୩୨ଏକ ରହିଛି । କ୍ରିକେଟ ଏବଂ ଆଥଲେଟିକ୍ସ ପାଇଁ ଷ୍ଟାଡିଅମ ଭିତରେ ବ୍ୟବସ୍ଥା କରାଯାଉଥିବା ବେଳେ ଫୁଟବଲ, ହକି ଆଦି ଲାଗି ଷ୍ଟାଡିଅମ ବାହାରେ ପଡ଼ିଆ ଓ ଗ୍ୟାଲେରୀ ପ୍ରସ୍ତୁତ ଲାଗି ପ୍ରସ୍ତାବ ଗ୍ରହଣ କରାଯାଇଥିବା ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.