ଝାରସୁଗୁଡ଼ା କାଉନ୍‌ସିଲର ଓ ଅଧ୍ୟକ୍ଷଙ୍କ ମଧ୍ୟରେ ରହୁନି ତାଳମେଳ, ହୋଇପାରୁନି ବୈଠକ

author img

By

Published : Dec 19, 2022, 1:16 PM IST

jharsuguda ouncilor and chairman controversy

ବେଲପାହାଡ଼ ଓ ବ୍ରଜରାଜନଗରରେ କାଉନ୍‌ସିଲର ଓ ଚେୟାରମ୍ୟାନଙ୍କ ମଧ୍ୟରେ ରହୁନି ତାଳମେଳ । ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପରେ ମୁହଁ ଖୋଳିଲେ ମନ୍ତ୍ରୀ। ଅଧିକ ପଢନ୍ତୁ

ଝାରସୁୁଗୁଡ଼ା କାଉନ୍‌ସିଲର ଓ ଚେୟାରମ୍ୟାନଙ୍କ ମଧ୍ୟରେ ବିବାଦ

ଝାରସୁଗୁଡା: ବେଲପାହାଡ ଓ ବ୍ରଜରାଜନଗରରେ କାଉନସିଲର ଓ ଚେୟାରମ୍ୟାନଙ୍କ ମଧ୍ୟରେ ବିବାଦ ଥିବା ଚର୍ଚ୍ଚା ହେଉଛି । ଯାହାଦ୍ଵାରା ହୋଇପାରୁ ନାହିଁ କାଉନସିଲ ବୈଠକ । ତେବେ ବୈଠକ ନହେବା ଦ୍ଵାରା ପୌରାଞ୍ଚଳର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଏନେଇ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, "ଜିଲ୍ଲାର ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛୁ । ଯଦିଓ କିଏ ଏଥିରେ ସହଯୋଗ କରୁନାହାନ୍ତି ତେବେ ଏହା ତାଙ୍କର ବ୍ୟକ୍ତିଗତ କଥା । ଏଥିରେ କିଛି କୁହାଯାଇ ପାରିବ ନାହିଁ ।"

ଅପରପକ୍ଷରେ ବେଲପାହାଡ଼ ପୌରପରିଷଦର ଅଧ୍ୟକ୍ଷ କାଉନ୍‌ସିଲରମାନଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ କାଉନ୍‌ସିଲର ସହଯୋଗ କରୁନଥିବା କଥା ଉଲ୍ଲେଖ ରହିଛି । ଏଥିରୁ ସ୍ପଷ୍ଟ ଭାବରେ କୁହାଯାଇ ପାରେ ବେଲପାହାଡ ପୌର ପରିଷଦରେ ଦଳୀୟ ପ୍ରଭାବ ଦେଖିବାକୁ ମିଳିଛି । ଏନେଇ ବ୍ରଜରାଜନଗର ବିଜେଡି ବିଧାୟିକା ଅଳକା ମହାନ୍ତି କହିଛନ୍ତି, "ଯଦି କାଉନ୍‌ସିଲ୍‌ ମିଟିଂରେ କାଉନସିଲର ଉପସ୍ଥିତ ନରୁହନ୍ତି ତେବେ ଏହା କାଉନ୍‌ସିଲରଙ୍କ ଭୁଲ । ଲୋକେ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ବାଚିତ କରିଛନ୍ତି । ଯଦି କାଉନ୍‌ସିଲ୍‌ ମିଟିଂରେ ନ ଆସି ତାଙ୍କ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା ନକରନ୍ତି ତେବେ ଏହା ସେମାନଙ୍କ ଭୁଲ ।" ସମସ୍ତେ ମିଶି ଏକାଠି କାମ କରିବାକୁ ଆହ୍ବାନ କରିଛନ୍ତି ବିଧାୟିକା ।

ଇଟିଭି ଭାରତ, ଝାରସୁଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.