କଳାର ସମ୍ଭାର ଦୃଷ୍ଟିହୀନ ଭୀମ...

author img

By

Published : Sep 7, 2021, 3:11 PM IST

କଳାର ସମ୍ଭାର ଦୃଷ୍ଟିହୀନ ଭୀମ

କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଶାରୀରିକ ଅକ୍ଷମତା ହେଉ ଅବା ଆର୍ଥିକ ଅନଟନ, କିଛି ଫରକ ପଡେନି । ତେବେ ଝାରସୁଗୁଡ଼ା ସହରକୁ ଲାଗିଥିବା ଛୋଟିଆ ଗାଁ ପଞ୍ଚପଡାରେ ରୁହନ୍ତି ଦୃଷ୍ଟିହୀନ ଯୁବକ ଭୀମ ସା । ଯିଏକି ଜନ୍ମରୁ ଜଣେ ଦୃଷ୍ଟିବାଧିତ କିନ୍ତୁ ତାଙ୍କ ପାଖରେ ଭରିରହିଛି ଭରପୁର କଳା । ଅଧିକ ପଢନ୍ତୁ...

ଝାରସୁଗୁଡ଼ା: କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏଥିପାଇଁ ଯେତେ ସମସ୍ୟା ଆସିଲେ ବି ତାହା ମଣିଷ ଆଗରେ ହାରମାନେ। ସେ ଶାରୀରିକ ଅକ୍ଷମତା ହେଉ ଅବା ଆର୍ଥିକ ଅନଟନ, କିଛି ଫରକ ପଡେନି । ସେମାନେ ଶରୀରରୁ ସିନା ଅକ୍ଷମ ମାତ୍ର ମନୋବଳ ଠିକ ଏହାର ବିପରୀତ । ଆଜି ସେଭଳି ଏକ କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯିଏକି ଜନ୍ମରୁ ଜଣେ ଦୃଷ୍ଟିବାଧିତ । କିନ୍ତୁ ତାଙ୍କ ପାଖରେ ଭରିରହିଛି ଭରପୁର କଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିମିକ୍ରି କରିବାଠୁ ଆରମ୍ଭ କରି ବାଲ୍ଟି ସାହାଯ୍ୟରେ ବାଦ୍ୟ ବଜାଇ ହିନ୍ଦୀ ଓଡ଼ିଆ ଓ ସମ୍ବଲପୁରୀ ଗୀତ ଅତି ସୁନ୍ଦର ଭାବରେ ଗାଇ ପାରୁଛନ୍ତି ସେ । ସେ ହେଉଛନ୍ତି ଝାରସୁଗୁଡା ସହର ଉପକଣ୍ଠରେ ଥିବା ପଞ୍ଚପଡାର ଭୀମ ସା । ଶାରୀରିକ ଅକ୍ଷମ ହୋଇ ବି ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

କଳାର ସମ୍ଭାର ଦୃଷ୍ଟିହୀନ ଭୀମ




ଝାରସୁଗୁଡ଼ା ସହରକୁ ଲାଗିଥିବା ଛୋଟିଆ ଗାଁ ପଞ୍ଚପଡାର ଏକ ଦୃଷ୍ଟିହୀନ ଯୁବକ ହେଉଛନ୍ତି ଭୀମ ସା । ଘରେ କହିଲେ ତାଙ୍କ ବଡ଼ ଭଉଣୀ, ଆଉ ମାଆ । ଭୀମ ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ଦୁରାରୋଗ୍ୟରେ ପୀଡିତ ହୋଇ ପରଲୋକ ହୋଇଯାଇଛି । ଏପଟେ ମା’ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି । ତେବେ ସରକାରଙ୍କ ଠାରୁ ମିଳୁଥିବା କିଛି ସହାୟତାରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିବା ବେଳେ ଘରେ ଆଉ କେହି ନୁହଁନ୍ତି ରୋଜଗାରକ୍ଷମ । କିନ୍ତୁ ପୁଅ ଦିବ୍ୟାଙ୍ଗ ହୋଇ ମଧ୍ୟ ଆଗକୁ କିଛି କରିବାର ଇଚ୍ଛାଶକ୍ତି ଯୋଗୁଁ ସେ ସ୍ନାତକ ହାସଲ କରିଛନ୍ତି । ଏପଟେ ସମ୍ବଲପୁରୀ ଗୀତ ଠୁ ଭଜନ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଳାକୁ ଆଗକୁ ନେବା ପାଇଁ ସେ ଖୋଜୁଛନ୍ତି ପ୍ଲାଟଫର୍ମ ।



ଦିବ୍ୟାଙ୍ଗ ହୋଇବି ଆଜି ସକ୍ଷମ ଭୀମ ସା । ଆଗକୁ ପିଜି ପାଠ ପଢିବାକୁ ଇଚ୍ଛାଥିବା ବେଳେ ଆହୁରି ଅନେକ କିଛି କରିବେ ବୋଲି ଆଶା ଓ ଭରଷା ରଖିଛନ୍ତି । କିନ୍ତୁ ଆଗକୁ ବଢିବା ପାଇଁ ଅର୍ଥ ସାଜିଛି ବାଧକ । ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍କଙ୍କ ମା’ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.