ନବ ଦାସଙ୍କୁ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ପୁଣି ତନାଘନା, ଅଭିଯୁକ୍ତ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

author img

By

Published : Jan 31, 2023, 4:21 PM IST

Updated : Jan 31, 2023, 10:06 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ଘଟଣାକୁ ନେଇ ଆଜି ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଠାରେ FARO ମେସିନ ସହାୟତାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଦଳ। ଏପଟେ ବ୍ରହ୍ମପୁରରେ ଅଭିଯୁକ୍ତ ଏଏସ୍ଆଇଙ୍କ ଘରେ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର 4 ଜଣିଆ ଟିମ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା

ଝାରସୁଗୁଡା/ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ଘଟଣା । ଆଜି ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଠାରେ FARO ମେସିନ ସହାୟତାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଦଳ । ନବ ଦାସଙ୍କୁ ଗୁଳି କରାଯାଇଥିବା ସ୍ଥାନରେ ଆଜି ସକାଳୁ ପୁଣି ଯାଞ୍ଚ ଆରମ୍ଭ କରିଛି ସାଇଣ୍ଟିଫିକ ଟିମ l ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ ଆରମ୍ଭ କରାଯାଇ ଥିବାବେଳେ ଫୁଟି ଥିବା ଗୁଳି ଖୋଜୁଛି ସାଇଣ୍ଟିଫିକ ଟିମ l ଘଟଣାର ସମସ୍ତ ସୁରାକ ପାଇଁ ପୁଣି ଥରେ ଘଟଣା ସ୍ଥଳରେ ତନାଘନା ଆରମ୍ଭ କରିଛି ସାଇଣ୍ଟିଫିକ ଟିମ ଓ କ୍ରାଇମବ୍ରାଞ୍ଚ ।

ସେହିପରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଜେଏମ୍ଏଫସି ଆବାସିକ କୋର୍ଟରେ ଗୋପାଳ କୃଷ୍ଣ ଦାସକୁ ଗତକାଲି ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଏଥିସହ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଏହି ଆବେଦନକୁ ସ୍ଥଗିତ ରଖିଥିଲେ ଜେଏମ୍ଏଫସି କୋର୍ଟ । ଅନ୍ୟପଟେ ଆଜି ସରକାରୀ ରିମାଣ୍ଡ ଓକିଲ ଅଭିଯୁକ୍ତ ଦାସଙ୍କ ପାଇଁ ବେଲ ଆବେଦନ କରିଥିବା ବେଳେ ଏହା ତଳ କୋର୍ଟରେ ଖାରଜ ହୋଇଯିବ ବୋଲି ସୂଚନା ମଧ୍ୟ ଦେଇଛନ୍ତି । ତେବେ ରିମାଣ୍ଡ ଆବେଦନ ଉପରେ କୌଣସି ଶୁଣାଣି ହୋଇନାହିଁ, ଖୁବ ଶୀଘ୍ର ରିମାଣ୍ଡ ଆବେଦନର ଶୁଣାଣି ହେବ ବୋଲି ସୂଚନା ଦେଇଛନ୍ତି ସରକାରୀ ରିମାଣ୍ଡ ଓକିଲ ହରିଶଙ୍କର ଅଗ୍ରୱାଲ ।

ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସକୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସ୍ଆଇଙ୍କ ଘରେ କ୍ରାଇମବ୍ରାଞ୍ଚର ଟିମ୍ ପହଞ୍ଚିଛି । ବ୍ରହ୍ମପୁର ସହରର ଆଙ୍କୁଲି ଜଳେଶ୍ବରପୁରୁ ଗ୍ରାମରେ ରହିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ବାସଭବନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଚାରି ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚ ଡି.ଏସ୍.ପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ବରେ ଆସିଥିବା ଟିମ୍ ଗୋପାଳ ଦାସଙ୍କ ପରିବାରବର୍ଗଙ୍କ ସହିତ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା କରିଥିଲେ । ଏହି ଟିମ୍ ବ୍ରହ୍ମପୁରରେ ଗୋପାଳ ଦାସଙ୍କ ପରିବାରବର୍ଗ ସହିତ ଆଲୋଚନା ପରେ ବ୍ରହ୍ମପୁର ସହରର ଅନ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସହିତ ଆଲୋଚନା କରିବେ ।

ହେଲେ ମନ୍ତ୍ରୀଙ୍କୁ ଗୁଳି ଚଳାଇଥିବା ପୋଲିସ ଏଏସ୍ଆଇ ଜଣଙ୍କ ମାନସିକ ରୋଗରେ ଚିକିତ୍ସିତ ହେଉଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି। ଏପରିକି ଅଭିଯୁକ୍ତ ଗୋପାଳଙ୍କ ପତ୍ନୀ ସେ ଦୀର୍ଘ ବର୍ଷ ଧରି ଔଷଧ ଖାଉଥିବା କହିଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଗୋପାଳ ଚିକିତ୍ସିତ ହେଉଥିବା ନେଇ ସ୍ପଷ୍ଟ କରିଥିଲେ। ହେଲେ ଏହାରି ମଧ୍ୟରେ ଗୋପାଳ କାହିଁକି ମନ୍ତ୍ରୀ ଙ୍କୁ ଟାର୍ଗେଟ କରି ଗୁଳିଚାଳନା କଲେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି।

ଇଟିଭି ଭାରତ, ଝାରସୁଗୁଡା/ବ୍ରହ୍ମପୁର

Last Updated :Jan 31, 2023, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.