ଜେଲ ଗଲେ ଗୋପାଳ, କ୍ରାଇମବ୍ରାଞ୍ଚର ରିମାଣ୍ଡ ଆବେଦନ ରାୟ ସଂରକ୍ଷିତ

author img

By

Published : Jan 31, 2023, 7:45 AM IST

Updated : Jan 31, 2023, 7:59 AM IST

Gopal das went to jail

ଜେଏମଏଫସି କୋର୍ଟରେ ହାଜର ପରେ ଜେଲ ଗଲେ ଗୋପାଳ। କ୍ରାଇମବ୍ରାଞ୍ଚର 7ଦିନିଆ ରିମାଣ୍ଡକୁ ସ୍ଥଗିତ ରଖିଲେ କୋର୍ଟ। ଅଧିକ ପଢନ୍ତୁ

Gopal das went to jail

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଜେଲ ଗଲେ ଅଭିଯୁକ୍ତ ଗୋପାଳ। ଦିନେ ଅପରାଧିକୁ ଜୋଲରେ ଭର୍ତ୍ତି କରୁଥିବା ବେଳେ ଏବେ ନିଜେ ଜେଲର ଚାରି କାନ୍ଥରେ। ସୋମବାର ଗୋପାଳକୁ ଜେରା ପରେ ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ 7ଦିନିଆ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। କିନ୍ତୁ ଏହାକୁ କୋର୍ଟ ସ୍ଥଗିତ ରଖିବା ପରେ ଝାରସୁଗୁଡା ସବ୍‌ ଜେଲ୍‌କୁ ଏଏସଆଇ ଗୋପାଳ ଦାସଙ୍କୁ ପଠାଇ ଦିଆଯାଇଛି।

ଗତକାଲି ଗୋପାଳକୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରିଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଗୋପାଳକୁ ଜେରା କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ମାନିଥିଲା ଅଭିଯୁକ୍ତ । କିନ୍ତୁ କାହିଁକି ହତ୍ୟା କଲା ତାହାର ସ୍ପଷ୍ଟ ଉତ୍ତର ଦେଉଇନଥିଲା । କାହିଁକି ଗୁଳି କଲା ସେ ମଧ୍ୟ ଜାଣିନଥିବା କଥା କହିଥିଲା ଗୋପାଳ । ତେବେ ବ୍ୟକ୍ତିଗତ ପ୍ରରୋଚିତ ହୋଇ ସେ ଏହି ଜଘନ୍ୟ କାଣ୍ଡ ଘଟାଇଛି ନା ଆଉ କିଛି ତାହା ଜାଣିବାରେ ତଦନ୍ତକାରୀ ଟିମ ସଫଳ ହୋଇନଥିଲା । ତେବେ ମନ୍ତ୍ରୀଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟରେ ଗୋପାଳ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇ ଆସିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ତେବେ ଦିନ ତମାମ ଜେରା ପରେ ରାତି ପ୍ରାୟ 8 ବେଳକୁ କଡା ସୁରକ୍ଷାରେ ଗୋପାଳକୁ ଝାରସୁଗୁଡା ଜେଏମଏଫସି କୋର୍ଟକୁ ନିଆଯାଇଥିଲା।

ଭୁବନେଶ୍ବର ଷ୍ଟେଟ ଫରେନସିକଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଛି । ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳି ଛି। ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ବେଳେ ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲକୁ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀଗୁଡିକୁ ଟେଷ୍ଟ କରିବାକୁ ବାଲିଷ୍ଟିକ୍ ଲାବ୍‌କୁ ପଠାଯାଇଛି ।

ଏହି ମାମଲାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଅନ୍ୟପଟେ ଗୋପାଳ ଦାସଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଏଥିସହ ନବ ଦାସ ହତ୍ୟା ଘଟଣାରେ ତଦନ୍ତ ଅନୁଧ୍ୟାନ ପାଇଁ ଅବସରପ୍ରାପ୍ତ କିମ୍ବା ସିଟିଂ ହାଇକୋର୍ଟ ବିଚାରପତିଙ୍କୁ ମନୋନୀତ କରିବାକୁ ଓଡ଼ିଶା ସରକାର ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗତ ରବିବାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ଗୋପାଳ ଦାସ ଗୁଳି କରିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିପ୍ଟ କରାଯାଇଥିଲା । ରାତି ପ୍ରାୟ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ନବ ଦାସ । ଗତକାଲି ପୋଲିସକର୍ମୀ ଗୋପାଳ ଦାଶ ବିରୁଧରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ଝାରସୁଗୁଡା

Last Updated :Jan 31, 2023, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.