ଚୌକିପଡା ବିସ୍ଥାପିତଙ୍କୁ ସ୍ଥାନାନ୍ତରକୁ ନେଇ ବିବାଦ, ମୁହଁ ଖୋଲିଲେ ନବ ଦାସ

author img

By

Published : Sep 25, 2022, 7:49 AM IST

ଚୌକିପଡା ବିସ୍ଥାପିତଙ୍କୁ ସ୍ଥାନାନ୍ତରକୁ ନେଇ ବିବାଦ, ମୁହଁ ଖୋଲିଲେ ନବ ଦାସ

ଚୌକିପଡା ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ବିସ୍ଥାପିତଙ୍କୁ କାପୁମାଲ ଓ ଫଟାମାଲ ନିକଟରେ ଥିବା ଖେଳ ପଡ଼ିଆରେ ଥଇଥାନ କରିବାକୁ ଚିହ୍ନଟ ହୋଇଛି । ଏନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, କାପୁମାଲ ଏବଂ ଫଟାମାଲ ମଧ୍ୟରେ ବିବାଦ ଲାଗିରହିଛି । ଏନେଇ ମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଚୌକିପଡା ରେଲୱେ ଓଭରବ୍ରିଜ ନିର୍ମାଣରେ ଚୌକିପଡା ବସ୍ତିକୁ ଉଚ୍ଛେଦ କରି ଝାରସୁଗୁଡ଼ା ପୌରପରିଷଦର ୯ ନଂ ୱାର୍ଡ ଅନ୍ତର୍ଗତ କାପୁମାଲ ଓ ଫଟାମାଲ ନିକଟକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ ହୋଇଛି ଜମି । ତେବେ ଏନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, କାପୁମାଲ ଏବଂ ଫଟାମାଲ ମଧ୍ୟରେ ବିବାଦ ଲାଗିରହିଛି । ବିଗତ ୪ଦିନ ଧରି ଏନେଇ ବିବାଦ ଲାଗି ରହିଛି । ଏନେଇ ମନ୍ତ୍ରୀ ନବ କିଶୋର ଦାସ ମୁହଁ ଖୋଲିଛନ୍ତି । ପ୍ରତିକ୍ରିୟାରେ ଆଇନ ତା ବାଟରେ ଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଝାରସୁଗୁଡା ଚୌକିପଡା ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଥିବାରୁ ସେଠିକାର ପରିବାରଙ୍କୁ ଥଇଥାନ କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଅନ୍ୟତ୍ର ସ୍ଥାନ ଚିହ୍ନଟ କରିଛନ୍ତି । ଝାରସୁଗୁଡ଼ା ପୌରପରିଷଦର ୯ ନଂ ୱାର୍ଡ ଅନ୍ତର୍ଗତ କାପୁମାଲ ଓ ଫଟାମାଲ ନିକଟରେ ଥିବା ଖେଳ ପଡ଼ିଆରେ ସେମାନଙ୍କୁ ଜାଗା ଦେଇ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ ଫଟାମାଲ ଓ କାପୁମାଲ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି । ଫଳରେ ବିଗତ ୪ ଦିନ ଧରି ଉତ୍ତେଜନା ଲାଗିରହିଥିବା ବେଳେ ଶନିବାର ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

ଚୌକିପଡା ବିସ୍ଥାପିତଙ୍କୁ ସ୍ଥାନାନ୍ତରକୁ ନେଇ ବିବାଦ, ମୁହଁ ଖୋଲିଲେ ନବ ଦାସ

ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୈଠକ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଦାବି ପ୍ରତି ବିଚାର କରିବା ପରେ ଅନ୍ୟ ସ୍ଥାନରେ ଥଇଥାନ କରାଯାଉ ବୋଲି ଦାବି କରିବାରୁ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ ସହିତ କଥା ହୋଇ ଆସନ୍ତା ମଙ୍ଗଳବାର ଦିନ ବୈଠକ କରାଯିବ ବୋଲି ସୂଚନା ଦେବାପରେ ଉତ୍ତେଜନା ଶାନ୍ତ ପଡିଥିଲା ।

ଅନ୍ୟପକ୍ଷରେ ଏହାକୁ ବିରୋଧ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ଅନ୍ୟସ୍ଥାନରୁ ବିସ୍ଥାପିତ ପରିବାରଙ୍କୁ ଥଇଥାନ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ଆଗମୀ ପଦକ୍ଷେପ କଣ ହେବ ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.