୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ଚାଇଲ୍ଡ ଲାଇନ

author img

By

Published : Aug 25, 2021, 10:25 PM IST

୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଝାରସୁଗୁଡାରେ ଉଦ୍ଧାର ହେଲେ ୫ ଶିଶୁ ଶ୍ରମିକ । ଏକ କୋଠା ନିର୍ମାଣ କାର୍ଯ୍ୟରେ ଥିଲେ ନିୟୋଜିତ । ଉଦ୍ଧାର ପରେ ପରିବାରକୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ । ଅଧିକ ପଢନ୍ତୁ...

ଝାରସୁଗୁଡା: କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା 5ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ବେହେରାମାଲ କିଷାନପଡାର ଏକ କୋଠା ନିର୍ମାଣ କାର୍ଯ୍ୟରେ ୫ ଜଣ ଶିଶୁ ନିୟୋଜିତ ହୋଇଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ଶିଶୁ ସୁରକ୍ଷା ବିଭାଗ କର୍ମକର୍ତ୍ତା ପହଞ୍ଚି ସମସ୍ତ ୫ଶିଶୁଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଉଦ୍ଧାର ଶିଶୁ ୧୦ ବର୍ଷରୁ ୧୩ ବର୍ଷର ବୋଲି ଚାଇଲଡ଼ ଲାଇନର ଜିଲ୍ଲା ସଂଯୋଜକ ପଣ୍ଡା ସୂଚନା ଦେଇଛନ୍ତି ।

ମିଳଥିବା ସୂଚନା ଅନୁସାରେ, ଆଜି କେହି ଜଣେ ଅଜଣାବ୍ୟକ୍ତି ଏନେଇ ଫୋନ ଯୋଗେ ଶିଶୁ ସୁରକ୍ଷା କମିଟିକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ତୁରନ୍ତ ଚାଇଲଡ଼ ଲାଇନର ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା,ସଦସ୍ୟ ଡୋଲାମଣି ସେଠ,ଜ୍ୟୋସ୍ନା ପ୍ରଧାନ,କୂଳଦୀପ ପଟେଲ ଘଟଣାସ୍ଥଳକୁ ଯାଇ ସମସ୍ତ ୫ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଘଟଣା ସମ୍ପର୍କରେ ଚାଇଲ୍ଡଲାଇନ ଝାରସୁଗୁଡା ଥାନାରେ ଷ୍ଟେସନ ଡାଏରୀ କରି ଶିଶୁ ମଙ୍ଗଳ କମିଟକୁ ଶିଶୁମାନଙ୍କୁ ହସ୍ତାନ୍ତର କରିଥିଲେ ।

ଶିଶୁ ମଙ୍ଗଳ କମିଟିର ନିଷ୍ପତ୍ତିକ୍ରମେ ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ପଶ୍ଚିମବଙ୍ଗର ମୁର୍ସିଦାବାଦର ଠିକାଦାର ମିଣ୍ଟୁ ଶେଖର ବିରୋଧରେ ଶ୍ରମ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.