Viscera Decamp Case: ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ଘଟଣା, ସ୍ୱାସ୍ଥ୍ୟ ବିଭାଗକୁ ବିଜେପିର ଟାର୍ଗେଟ

author img

By

Published : Jan 5, 2023, 8:52 PM IST

Viscera decamp case in Jharsuguda DHH

ଝାରସୁଗୁଡ଼ା ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ଘଟଣା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ଟାର୍ଗେଟ କଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ଭିସେରା ଚୋରି ଘଟଣା

ଝାରସୁଗୁଡ଼ା: ଜିଲ୍ଲାର ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ଘଟଣା । ଆଜି ଝାରସୁଗୁଡା ସହର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏହି ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ଘଟଣାକୁ ଏକ ଅଭାବନୀୟ ଘଟଣା କହିଛି ବିଜେପି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଟାର୍ଗେଟ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବସିଥିଲା । ଭିସେରା ଚୋରି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପିର ନେତା କହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ପୋଲିସ ଅତ୍ୟନ୍ତ ହାଲୁକା ଭାବେ ନେଉଛି ବୋଲି ବିଜେପି ଅଭିଯୋଗ କରିଛି । ଗତ ଡିସେମ୍ବର ୮ ତାରିଖରେ ଝାରସୁଗୁଡା ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା । ତେବେ କିଏ ଓ କାହିଁକି ଭିସେରା ଚୋରି କଲା ସେ ନେଇ ସନ୍ଦେହ ଉପୁଜିଛି ।

ସୂଚନା ଥାଉ କି ଭିସେରା ମୃତ୍ୟୁର କାରଣ ଜାଣିବା ପାଇଁ ରଖାଯାଏ । ଝାରସୁଗୁଡ଼ାରୁ ଏହି ଭିସେରାକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ହେଉଥିବା ଗୃହର ଝରକା ଭାଙ୍ଗି ଏହି ଭିସେରାକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଥିଲା । କୌଣସି ସନ୍ଦେହଜନକ ମୃତ୍ୟୁର ପ୍ରମାଣକୁ ନଷ୍ଟ କରିବା ଲାଗି ଏପରି ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ଟେଲର ମାଷ୍ଟର ହତ୍ୟା ଘଟଣାର ପର୍ଦ୍ଦାଫାସ, ଶିଷ୍ୟ ହାତରେ ହାତକଡି ପକାଇଲା ପୋଲିସ

ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଛି । ଜିଲ୍ଲାରେ ସନ୍ଦେହଜନକ ମୃତ୍ୟୁର ପ୍ରମାଣ ନଷ୍ଟ ଲାଗି ଏହା ଏକ ଷଡ଼ଯନ୍ତ୍ର ବୋଲି ବିଜେପି କହିଛି । ଦଳ କହିଛି ମେଡିକାଲ କର୍ତ୍ତୃପକ୍ଷ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାହିଁକି ଚୁପ ବସିଛି ? ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଝାରସୁଗୁଡ଼ା ପୋଲିସ ଉପରେ ସନ୍ଦେହ କରିଛି ଦଳ । କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବା ଲାଗି ଏହି ଷଡ଼ଯନ୍ତ୍ର ହୋଇଥିବା ନେଇ ଦଳ ସନ୍ଦେହ କରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.