ଝାରସୁଗୁଡାରେ ଭାରତୀୟ ଜନତା ପାର୍ଟିର ପ୍ରତିବାଦ ସଭା

author img

By

Published : Dec 27, 2022, 10:36 AM IST

bjp protest

ଭାରତୀୟ ଜନତା ପାର୍ଟି ର ପ୍ରତିବାଦ ସଭା ଅନୁଷ୍ଠିତ। ବିଜେଡି ବିରୁଦ୍ଧରେ ପ୍ରାୟ ୩ଘଣ୍ଟା ଧରି ଏହି ସଭା ଅନୁଷ୍ଠିତ । ଅଧିକ ପଢନ୍ତୁ

bjp protest

ଝାରସୁଗୁଡା: ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଝାରସୁଗୁଡା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ 3 ଘଣ୍ଟା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । 25ବର୍ଷ ଶାସନକାଳରେ ଓଡ଼ିଶା ବିଜେଡି ନେତାଙ୍କ ଅପରାଧ ଚରା ଭୂଇଁ ପାଲିଟିଛି । ଏଭଳି ଅଭିଯୋଗ କରି ପ୍ରତିବାଦ କରିଛି ବିଜେପି । ଓଡ଼ିଶା ରାଜନୀତିକୁ ବିଜେଡି ଅପରାଧୀକରଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା।

ଏହି ଅବସରରେ ପ୍ରଥମେ ବସଷ୍ଟାଣ୍ଡ ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭା ଆରମ୍ଭ କରାଯାଇଥିଲା । ବିଜେଡି ବିରୁଦ୍ଧରେ ପ୍ରାୟ ୩ଘଣ୍ଟା ଧରି ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ନେତାଜୀ ପଟ୍ଟନାୟକଙ୍କ ସମେତ ବହୁ ବିଜେପିର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.