ଝାରସୁଗୁଡା ତହସିଲରେ ଜମି ଚୋରି ଅଭିଯୋଗ

author img

By

Published : Sep 16, 2022, 1:27 PM IST

ଝାରସୁଗୁଡା ତହସିଲରେ ଜମି ଚୋରି ଅଭିଯୋଗ

ଝାରସୁଗୁଡା ତହସିଲରେ ଜମି ଚୋରି । ସରକାରୀ ଅଧିକାରୀଙ୍କ ଭୁଲ୍ ପାଇଁ ହାତରୁ ଖସିଗଲା ଜମି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗ୍ରାମରେ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଝାରସୁଗୁଡା ତହସିଲରେ ଜମି ଚୋରି । ସରକାରୀ ଅଧିକାରୀଙ୍କ ଭୁଲ୍ ପାଇଁ ହାତରୁ ଖସିଗଲା ଜମି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗ୍ରାମରେ । ଝାରସୁଗୁଡ଼ା ସଦର ବ୍ଲକ ଶ୍ରୀପୁରା ମୌଜାର ମିନତୀ ପାତ୍ରଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପା ସ୍ବର୍ଗତଃ ଲଖ ଜଗତଙ୍କ ନାମରେ ଥିବା ଜମିକୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି ।

ଝାରସୁଗୁଡା ତହସିଲରେ ଜମି ଚୋରି ଅଭିଯୋଗ

ଗତ ୧୯୭୬ ମସିହାରେ ଶ୍ରୀପୁରାରେ ୧ଏକର ୮ ଡେସିମିଲ ପରିମିତ ଏକ ଜମି କ୍ରୟ କରିଥିଲେ ବାପା ଲଖ । ଏହା ଝାରସୁଗୁଡ଼ାରେ ରେଜିଷ୍ଟ୍ରି ହୋଇଥିଲା । ହେଲେ ଏବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଘରେ ବିଧବା ମାଆଙ୍କ ସହ ଜଣେ ଝିଅ ଓ ୫ ଜଣ ପୁଅଙ୍କ ମଧ୍ୟରୁ ୩ ପୁଅଙ୍କ ମୃତ୍ୟୁ ହୋଇସାରିଛି । ବର୍ତମାନ ତାଙ୍କର ଜଣେ ଝିଅ ଓ ଜଣେ ପୁଅ ତାଙ୍କର ଉତ୍ତରାଧିକାରୀ ଭାବେ ଜୀବିତ ଅଛନ୍ତି । ସେମାନେ ଜାତିରେ ଗଣ୍ଡା (ଅନୁସୂଚିତ ଜାତି) ହୋଇଥିବା ବେଳେ ଉକ୍ତ ଜମିର ପଟ୍ଟାରେ ଭୁଲକ୍ରମେ ତାଙ୍କ ଜାତି ଗଣ୍ଡ (ଅନୁସୂଚିତ ଜନଜାତି) ଦର୍ଶାଯାଇଛି । ଜମିର ପଟ୍ଟାରେ ଏହାକୁ ସଂଶୋଧନ ପାଇଁ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା । ମାତ୍ର ସଂଶୋଧନ ଏପର୍ଯ୍ୟନ୍ତ ହୋଇ ପାରିନାହିଁ ।

ଏହାର ସୁଯୋଗ ନେଇ ଜନୈକ ଦଲାଲ ଅସାଧୁ ଆରଆଇଙ୍କୁ ହାତ କରି ସୁସ୍ମିତା ମାଝୀ ଓ ଦେବେନ୍ଦ୍ର ମାଝୀ ନାମକ ଜଣେ ମହିଳାଙ୍କୁ ଝିଅ ଓ ଦେବେନ୍ଦ୍ର ମାଝୀ ନାମକ ଜଣେ ପୁରୁଷଙ୍କୁ ସ୍ବର୍ଗତ ଜଗତଙ୍କ ଦୁଇ ସନ୍ତାନ ଦର୍ଶାଇ ତାଙ୍କର ୧ ଏକର ୮ ଡେସିମିଲ ପରିମିତ ଜମିକୁ ଚଞ୍ଚକତା ପୂର୍ବକ ବିକ୍ରି କରି ଦେଇଛି ବୋଲି ଅଭିଯୋଗ କରିଛନ୍ତି ଜଗତଙ୍କ ପରିବାର ।

ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଗଢ଼ି ଉଠୁଥିବା ବେଳେ ଏଠାରେ ଜମିର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଜମି ଗୁଡ଼ିକର ମୂଲ୍ୟ ମଧ୍ୟ ସେହି ଅନୁସାରେ ବହୁ ଅଧିକ । ତେଣୁ ଏଠାରେ ଅନେକ ଅସାଧୁ ଜମି ଦଲାଲ ସକ୍ରିୟ ରହିଛନ୍ତି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଜମି ପଟ୍ଟାରେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ପଞ୍ଜୀକରଣ ପାଇଁ ଲିଗାଲ ହାୟାର ସାର୍ଟିଫିକେଟ ବା ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ରର ଆବଶ୍ୟକତା ହୋଇଥାଏ ।

ଏହାକୁ ଅଣଦେଖା କରି କିଭଳି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ତାଙ୍କ ଉତ୍ତରାଧିକାରୀ ଦର୍ଶାଇ ଜମି ବିକ୍ରୟ କରିବାରେ ସକ୍ଷମ ହେଲା ବର୍ତ୍ତମାନ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ରାଜସ୍ବ ବିଭାଗର କେଉଁ କାଳେ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି ତାହା ତଦନ୍ତ ସାପେକ୍ଷ । ଏନେଇ ସ୍ବର୍ଗତଃ ଜନତାଙ୍କ ଝିଅ ମିନତୀ, ସୁଭଦ୍ରା, ନାତି ଅମୂଲ୍ୟ ଓ ଅନ୍ତର୍ଯ୍ୟାମୀ ଲିଖିତ ଭାବେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେଣୁ ଜିଲ୍ଲାପାଳ ଏହା ଉପରେ ତୁରନ୍ତ ତଦାରଖ କରି ମହିଳାଙ୍କୁ ନ୍ୟାୟ ଦେବାସହ ସମ୍ପୃକ୍ତ ଅଧିକାରୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା । ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ମହିଳାଙ୍କୁ ନ୍ୟାୟ ଦେବାସହ ସମ୍ପୃକ୍ତ ବ୍ୟକ୍ତି ଏବଂ ଅଧିକାରୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ,

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.