ଖସିଲା ଛାତର ସିଲିଂ, ୨ ଆହତ

author img

By

Published : Sep 13, 2022, 10:54 AM IST

ଖସିଲା ଛାତର ସିଲିଂ, ୨ ଆହତ

ଝାରସୁଗୁଡ଼ା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଖସିଲା ଛାତର ସିଲିଂ । କମ୍ପ୍ୟୁଟର ବିଭାଗର ଛାତର ସିଲିଂ ଆଜି ଅଚାନକ ଖସିପଡ଼ିଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଖସିଲା ଛାତର ସିଲିଂ । କମ୍ପ୍ୟୁଟର ବିଭାଗର ଛାତର ସିଲିଂ ଆଜି ଅଚାନକ ଖସିପଡ଼ିଛି । ଫଳରେ ଦୁଇ ଜଣ ମହିଳା କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ଏହି ଦୁଇ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡରେ ଓ ଜଣଙ୍କର ପିଠିରେ ଆଘାତ ଲାଗିଛି ।

ଖସିଲା ଛାତର ସିଲିଂ, ୨ ଆହତ

ସୂଚନା ଅନୁସାରେ, ସବୁଦିନ ପରି ମଧ୍ୟ ଆଜି କାର୍ଯ୍ୟାଳୟଟି ସମୟ ଭିତରେ ଖୋଲିଥିଲା । ଏହାପରେ କାମ ଆରମ୍ଭ କରିଥିଲେ କର୍ମଚାରୀ । ହେଲେ କାମ କରୁଥିବା ବେଳେ ହଠାତ ଛାତରେ ଲାଗିଥିବା ସିଲିଂ ଖସି ପଡ଼ିଥିଲା । ଏହି ସିଲିଂ ସିଧା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ପିଓ ଏବଂ ଡାଟାଏଣ୍ଟ୍ରୀ ଅପରେଟରଙ୍କ ଉପରେ ପଡ଼ିଥିଲା ।

ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଦୁଇଜଣ ମହିଳା କର୍ମଚାରୀ । ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ କର୍ମଚାରୀ । ସେଠାରେ ଉଭୟଙ୍କ ଚିକିତ୍ସା ପରେ ଦୁଇ କର୍ମଚାରୀ ସୁସ୍ଥ ହୋଇ ଫେରିଛନ୍ତି । ତେବେ ଏହି କାର୍ଯ୍ୟାଳୟର ଅନ୍ୟ ବିଭାଗର ପ୍ରକୋଷ୍ଠର ଛାତ ଗୁଡ଼ିକ ଫାଟି ପାଣି ଝରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ବର୍ଷା ଯୋଗୁଁ ଏହି କାର୍ଯ୍ୟାଳୟର ସବୁ ଛାତ ଗୁଡିକରୁ ପାଣି ସିଙ୍କ କରୁଛି । ଫଳରେ ଅଧିକାଂଶ ଛାତ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।

୫୦ ବର୍ଷ ତଳେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । କାର୍ଯ୍ୟାଳୟରେ ଜିଲ୍ଲାର ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କାଗଜ ଏଠାରେ ରହିଥିଲେ ମଧ୍ୟ ସୁରକ୍ଷା ପ୍ରତି ପ୍ରଶାସନର ନଜର ନାହିଁ । ପ୍ରକୋଷ୍ଠଟି ୫୦ବର୍ଷ ପୁରୁଣା ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଏହି ବାବଦକୁ ଉପରିସ୍ଥ ଅଧିକାରୀଙ୍କୁ ପଚରା ଯିବାରୁ କ୍ୟାମେରା ଆଗରେ ମୁହଁ ଖୋଲିନଥିଲାବେଳେ, ଦୀର୍ଘ ଗୋଟିଏ ବର୍ଷରୁ ଊର୍ଦ୍ଧ୍ବ ହେବ ମରାମତି ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ଦେଇଛନ୍ତି । ତେଣୁ ଯଦି ଏହି କାର୍ଯ୍ୟାଳୟର ଛାତ ଗୁଡ଼ିକର ମରାମତି ନହୁଏ ତାହାଲେ କେତେବେଳେ ବି କାହାର ଜୀବନ ଯାଇପାରେ, ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.